ରାଜନୀତି

ଓଡିଶା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଭିକେପାଣ୍ଡିଆନଙ୍କୁ ଗିରଫ ଦାବି


ଭୁବନେଶ୍ବର : ୫ ( ପାଞ୍ଚ) ତାମିଲ ଚକ୍ରାନ୍ତ କରି ଓଡିଆ ମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିବାରୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ( ଆଇ .ସି .ପି ) ସଭାପତି ରମେଶ ଚନ୍ଦ୍ର ରାଉତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।
ଓଡିଶା ସରକାରଙ୍କର ଜଣେ କନିଷ୍ଠ ସରକାରୀ ଅଫିସର ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକ ଙ୍କ ବିଜୁ ଜନତା ଦଳକୁ ସଙ୍ଗଠିତ କରିଚାଲିଛନ୍ତି ଏବଂ ଲୋକ ପ୍ରତିନିଧି ମାନଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର କରିଚାଲିଛନ୍ତି। ସାରା ଓଡିଶା ବାସୀଙ୍କ ମନରେ କୁହୁଳୁଥିବା ନିଆଁ ଖୁବ୍ ଶୀଘ୍ର ହୁତ୍ ହୁତ୍ ହୋଇ ଜଳି ସାରା ଓଡିଶାକୁ ଜାଳି ପୋଡି ପାଉଁଶ କରିଦେବ ବୋଲି ଶ୍ରୀ ରାଉତ ସତର୍କ କରିଦେଇଛନ୍ତି। ଓଡିଶାର ବିପର୍ଯ୍ଯସ୍ତ ଆଇନ ଶୃଙ୍ଖଳା ମଣିପୁରକୁ ଟପିଯିବ ବୋଲି ଆଶଙ୍କା କରିଛନ୍ତି କେନ୍ଦ୍ର ସରକାର ଓ ମହାମହିମ ରାଷ୍ଟ୍ରପତି ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବାକୁ ଶ୍ରୀ ରାଉତ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *