ବିଶେଷ

ଚନ୍ଦ୍ର ଦକ୍ଷିଣ ମେରୁର ତାପମାତ୍ରା କେତେ ?

ନୂଆଦିଲ୍ଲୀ : ଭାରତର ଚନ୍ଦ୍ରଯାନ-୩ ମିଶନର ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଚନ୍ଦ୍ର ମାଟିର ଅନୁସନ୍ଧାନ ଆରମ୍ଭ କରିଛି। ରବିବାର (ଅଗଷ୍ଟ ୨୭) ଇସ୍ରୋ ଟୁଇଟ୍ କରି ଏ ନେଇ ସୂଚନା ଦେଇଛି। ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁର ମାଟି ଯାଞ୍ଚ କରି ତାହାର ତାପମାତ୍ରା ମାପ କରିଛି।ପ୍ରଥମ ଥର ପାଇଁ କୌଣସି ଦେଶ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିବାରୁ ଦକ୍ଷିଣ ମେରୁ ଚାରିପଟେ ଚନ୍ଦ୍ର ମାଟିର ତାପମାତ୍ରା ପ୍ରୋଫାଇଲିଂ କରାଯାଉଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଗ୍ରାଫରେ ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି ।

ଚନ୍ଦ୍ରପୃଷ୍ଠର ଥର୍ମାଲ ଆଚରଣକୁ ବୁଝିବା ପାଇଁ ଚାଷ୍ଟେ (ଚନ୍ଦ୍ର ସରଫେସ ଥର୍ମୋଫିଜିକାଲ ଏକ୍ସପେରିମେଣ୍ଟ) ପେଲୋଡ୍ ଚନ୍ଦ୍ରର ଉପର ମାଟିର ତାପମାତ୍ରା ପ୍ରୋଫାଇଲ୍ ମାପିଥାଏ। ଏଥିରେ ଏକ ତାପମାତ୍ରା ପରୀକ୍ଷଣ ଉପକରଣ ରହିଛି ଯାହା ପୃଷ୍ଠରୁ ୧୦ ସେଣ୍ଟିମିଟର ଗଭୀରତାରେ ପହଞ୍ଚିବାରେ ସକ୍ଷମ । ଚାଷ୍ଟେରେ ୧୦ଟି ଅଲଗା ଅଲଗା ପ୍ରକାରର ସେନସର ଲାଗିଛି ।

ଇସ୍ରୋ ପକ୍ଷରୁ ଏକ ଗ୍ରାଫ୍ ମଧ୍ୟ ଜାରି କରାଯାଇଛି । ସେଥିରୁ ଜଣାପଡ଼ୁଛି ଯେ ଚନ୍ଦ୍ରପୃଷ୍ଠର ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରୁ ୫୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହୁଛି । ପୃଷ୍ଠରୁ ଗଭୀରତାକୁ ଗଲେ ତାପମାତ୍ରା ହ୍ରାସ ପାଉଛି ।

Leave a Reply

Your email address will not be published. Required fields are marked *