ରାଜନୀତି

ବିହାରରେ ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ, : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆଗାମୀ ବିହାର ବିଧାନସଭା ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି। ଫଳରେ ବିରୋଧୀ ଏକତା ଇଣ୍ଡିଆ ମେଣ୍ଟକୁ ଆଉ ଏକ ବଡ଼ ଧକ୍କା ଲାଗିଛି।

୨୦୨୫ରେ ବିହାର ବିଧାନସଭା ନିର୍ବାଚନ ହେବ। ନୂଆଦିଲ୍ଲୀରେ ଏଏପି ସାଧାରଣ ସମ୍ପାଦକ ସନ୍ଦିପ୍‌ ପାଠକ ବିହାର ଏଏପି ନେତା ଓ କର୍ମୀଙ୍କ ସହ ବୈଠକ କରି ନିର୍ବାଚନ ଲଢ଼ିବା ନେଇ ଯୋଜନା ପ୍ରସ୍ତୁତ କରିଥିଲେ। ବିହାରରେ ଦଳକୁ ଅଧିକ ମଜଭୂତ୍‌ କରିବା ଉପରେ ସନ୍ଦିପ୍‌ ଗୁରୁତ୍ୱ ଦେଇଥିଲେ। ଦିଲ୍ଲୀ ବିଧାୟକ ତଥା ବିହାର ପ୍ରଭାରୀ ଅଜେଶ ଯାଦବ ବୈଠକରେ ଉପସ୍ଥିତ ଥିଲେ। ଏଏପି ଏକ ଜାତୀୟ ଦଳ ଏବଂ ଲୋକ ସଭା ନିର୍ବାଚନ ଲଢ଼ିବ। ତେବେ ମେଣ୍ଟ ନିଷ୍ପତ୍ତି ପରେ ନିଆଯିବ ବୋଲି ଏଏପି ସାଧାରଣ ସମ୍ପାଦକ କହିଛନ୍ତି।

Leave a Reply

Your email address will not be published. Required fields are marked *