ବିଶେଷ

ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଏକ ଦୋକାନ ଉପହାର ଦେଇ ଚର୍ଚ୍ଚା ରେ ବିକ୍ରମ


ନିମାପଡ଼ା: ନିଜର ଜନ୍ମଦିନରେ ଜଣେ ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ତେଜରାତି ଦୋକାନ ଉପହାର ଦେଇ ଚର୍ଚ୍ଚାରେ ନିମାପଡାର ଯୁବ ବ୍ୟବସାୟୀ ବିକ୍ରମ କେଶରୀ ସାମଲ । ଅଗଷ୍ଟ ୨୭ ତାରିଖ ନିମାପଡା ର ଜଣାଶୁଣା ଯୁବ ବ୍ୟବସାୟୀ ବିକ୍ରମ କେଶରୀ ସାମଲଙ୍କ ଜନ୍ମଦିନ ଥିଲା। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସେ ଏକ ନିଆରା ଢଙ୍ଗରେ ନିଜର ଜନ୍ମଦିନକୁ ପାଳନ କରିଥିଲେ। ଦୀର୍ଘ ଦଶ ବର୍ଷ ହେଲା ପ୍ରତ୍ୟକ ଜନ୍ମ ଦିନରେ ନିଜର ସାମର୍ଥ୍ୟ ଅନୁଯାୟୀ କେତେ ବେଳେ ମହିଳାଙ୍କୁ ସିଲେଇ ମେସିନ ଉପହାର ଦେଇ , କେତେବେଳେ ରାଜମିସ୍ତ୍ରୀ ଙ୍କୁ ସେମାନଙ୍କ ଉପକରଣ ଦେଇ , କେତେବେଳେ ଦିବ୍ୟାଙ୍ଗଙ୍କୁ ଦୋକାନ ଉପହାର ଦେଇ ନିଜ ଜନ୍ମଦିନ ପାଳିଥାନ୍ତି । ଚଳିତ ବର୍ଷ ଗୋପ ବ୍ଲକ ମୁରୁଡ଼ା ଗ୍ରାମର ଜଣେ ଦିବ୍ୟାଙ୍ଗ ଅଭିମନ୍ୟୁ ମହାନ୍ତି ଙ୍କୁ ତାଙ୍କ ଗାଁ ମୁଣ୍ଡରେ ଥିବା ଏକ ଦୋକାନ ଗୃହକୁ ମରାମତି କରି ନୂଆ ସୋ କେଶ , ନୂଆ ଥାକ ଲଗାଇ , ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ତେଜରାତି ଦୋକାନ ପାଇଁ ଆବଶ୍ୟକ ସମସ୍ତ ବିକ୍ରୟ ସାମଗ୍ରୀ ଯୋଗାଇ ଏହି ଦୋକାନକୁ ବିକ୍ରମ ଉପହାରରେ ସୂତ୍ରରେ ଅଭିମନ୍ୟୁ ଙ୍କୁ ଦେଇଥିଲେ । ନୂଆ ଦୋକାନ ଚାବି ଅଭିମନ୍ୟୁଙ୍କୁ ସେ ପ୍ରଦାନ କରିବା ସହ ରିବନ କାଟି ଦୋକାନର ଶୁଭାରମ୍ଭ ମଧ୍ୟ କରିଥିଲେ । ଅଭିମନ୍ୟୁଙ୍କ ପିଲାଦିନୁ ଗୋଟିଏ ହାତ କାର୍ଯ୍ୟକ୍ଷମ ହେଉନଥିବା ବେଳେ କାମଧନ୍ଦା କରି ପତ୍ନୀ ଓ ଦୁଇ ଝିଅଙ୍କ ପ୍ରତିପୋଷଣ କରିବା ତାଙ୍କ ପକ୍ଷେ ବେଶ କଷ୍ଟକର ଥିଲା । ଏବେ ନୂଆ ଦୋକାନଟିଏ ପାଇ ଅଭିମନ୍ୟୁ ବେଶ ଖୁସି ।କିଏ କେକ କାଟି ତ କିଏ ପାର୍ଟି କରି ଜନ୍ମଦିନ ପାଳନ କରୁଥିବା ବେଳେ ବିକ୍ରମଙ୍କ ଭଳି ଜଣେ ଯୁବ ବ୍ୟବସାୟୀ ଅନ୍ୟର ଦୁଃଖ ବୁଝି ପାରି ଅନ୍ୟକୁ ସ୍ୱାବଲମ୍ବୀ କରିବା ପାଇଁ ନିଜ ଜନ୍ମଦିନରେ କରିଥିବା ଏଭଳି ମହତ କାର୍ଯ୍ୟ ପାଇଁ ମୁରୁଡ଼ା ଗ୍ରାମବାସୀ ହୁଅନ୍ତୁ ବା ଅଭିମନ୍ୟୁଙ୍କ ପତ୍ନୀ ସୁଚିତ୍ରା ମହାନ୍ତି ହୁଅନ୍ତୁ ସମସ୍ତେ ବିକ୍ରମଙ୍କ ଶତ ଶତ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବିକ୍ରମ ସାରା ରାଜ୍ୟବାସୀଙ୍କ ପାଇଁ ଉଦାହରଣ ବୋଲି ମୁରୁଡ଼ା ଗ୍ରାମର ବିଶିଷ୍ଠ ସମାଜସେବୀକା ରାଜଳଷ୍ମୀ ଦାଶ କହିଛନ୍ତି ।ଜୀବନର ସଂଗ୍ରାମକୁ ଅତି ନିକଟରୁ ଦେଖି ଦୁଃଖ କଷ୍ଟକୁ ଅନୁଭବ କରି ନିଜ ଗୋଡ଼ରେ ନିଜେ ଠିଆ ହେବା ସହ ଅନ୍ୟର ଦୁଃଖ କଷ୍ଟକୁ ବୁଝି ପାରୁଥିବା ମଣିଷ ଟିଏ ବିକ୍ରମ କେଶରୀ ସାମଲ ଆଜି ସମାଜ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି ।

Leave a Reply

Your email address will not be published. Required fields are marked *