ମନୋରଞ୍ଜନ

ଶେହନାଜଙ୍କ ଉପରେ ରାଗିଗଲେ ସୋନା ମହାପାତ୍ର

ନୂଆଦିଲ୍ଲୀ: ଗାୟିକା ସୋନା ମହାପାତ୍ର ବଲିଉଡର ସେହି ତାରକାମାନଙ୍କ ମଧୢରୁ ଜଣେ ଯିଏକି ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବରେ ନିଜର ମତାମତ ରଖିଥାଆନ୍ତି। ଅନେକ ଥର ସୋନା ମହାପାତ୍ର ନିଜର ବୟାନ ପାଇଁ ଟ୍ରୋଲର ଶିକାର ବି ହୋଇଛନ୍ତି। ତେବେ ସୋନାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ବି ଗାୟିକା କଡ଼ା ଜବାବ ଦେଇ ଚୁପ କରି ଦେଇଥାଆନ୍ତି। ନିକଟରେ ସୋନା ବିଗବୋସ-୧୩ର ପୂର୍ବତନ ପ୍ରତିଯୋଗୀ ଶେହନାଜ ଗିଲଙ୍କୁ ନେଇ ଆଲୋଚନା କରିଛନ୍ତି। ଶେହନାଜ ମିଠୁର ଅଭିଯୋଗରେ ଫସିଥିବା ସାଜିଦ ଖାନଙ୍କୁ ସମର୍ଥନ କରିଛନ୍ତି। ଏହାକୁ ନେଇ ସୋନା ମହାପାତ୍ର ଟୁଇଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯାହାକୁ ନେଇ ସେ ଟ୍ରୋଲ ହୋଇଛନ୍ତି।

ଗାୟିକା ନିଜ ଟୁଇଟରେ ଲେଖିଛନ୍ତି, ଟୁଇଟରରେ ଶେହନାଜ ଗିଲଙ୍କ ଅଭିନୟକୁ ଅନେକ ସମର୍ଥନ ଓ ସାହାନୁଭୂତି ମିଳୁଛି। ତାଙ୍କର ଏଭଳି ସମ୍ମ୍‌ାନ ମୋତେ ମିଠୁ ଅଭିଯୁକ୍ତ ସାଜିଦ ଖାନଙ୍କୁ ମନେ ପକାଇ ଦେଇଛି। ଯିଏକି ନ୍ୟାସନାଲ ଟେଲିଭିଜନରେ ଆସିଥିବା ବେଳେ ଶେହନାଜ ବି ତାଙ୍କୁ ସମର୍ଥନ କରିଛନ୍ତି। ତାଙ୍କୁ ସିଷ୍ଟରହୁଡକୁ ନେଇ ଟିକେ ବି ସମ୍ମାନ ଥିବା ଦରକାର ଥିଲା। ମୋତ ଜଣାନାହିଁ କି ଶେହନାଜଙ୍କ କ’ଣ ପ୍ରତିଭା ଅଛି। ତାଙ୍କର କିଛି ପ୍ରତିଭା ଅଛି ଭଳି ମୋତେ ଆଜି ଯାଏଁ ଲାଗିନାହିଁ।’

ଏହି ଟୁଇଟ ପରେ ସୋନା ମହାପାତ୍ରଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି। ଆଉ ସୋନା ବି ଏହାର କଡ଼ା ଉତ୍ତର ଦେଇଛନ୍ତି।

Leave a Reply

Your email address will not be published. Required fields are marked *