ମହାନଗର

ଦାବି ପୂରଣ କରିବାକୁ ପ୍ରତିଶୃତି ଦେଲେ 5T ସଚିବ


ଭୁବନେଶ୍ୱର : ଭୁବନେଶ୍ୱର ଉପଖଣ୍ଡ ବିକାଶ ମଞ୍ଚ ତରଫରୁ ଦୀର୍ଘ ଦିନଧରି ଦାବି ହେଉଥିବା , ଜଟଣୀ ରାସ୍ତାର ପ୍ରଶସ୍ତିକରଣ, ଆପାର୍ଟମେଣ୍ଟକୁ ଯୋଗ କରୁଥିବା ରାସ୍ତାକୁ ପକ୍କା ରାସ୍ତା,ଆଲୋକିକରଣ ଓ ବ୍ରେନ୍ ନିର୍ମାଣ ଆଦି ଦାବି ଗୁଡ଼ିକ ନିର୍ମାଣ ହେବାକୁ ଯାଉଥିବାରୁ ଆପାର୍ଟମେଣ୍ଟର ବାସିନ୍ଦା ମାନେ ବହୁ ସଂଖ୍ୟାରେ ନବୀନ ନିବାସରେ ରୁଣ୍ଡ ହୋଇ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଥାଉକି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଵାକୁ ସୂଚନା ମିଳିବା ପରେ ସମସ୍ତେ ଉସ୍ଛାହ ସହ ପୁଷ୍ପଗୁଚ୍ଛ ଧରି ନବୀନ ନିବାସରେ ପହଞ୍ଚି ଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସଚ୍ଚୀଵ ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି ଆପଣମାନଙ୍କ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ପୂରଣ କରିବାରେ ସହର୍ଷ ସମ୍ମତି ଦେଇଛନ୍ତି ଏବଂ ଖୁବ୍ ଶୀଘ୍ର ଏହାର କାମ ସଂପୂର୍ଣ୍ଣ କରାଯିବ ବୋଲି ଘୋଷଣା କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ନାୟକ -ଉପ ସଭାପତି,ପ୍ରବୋଧ କୁମାର ସାମଲ-ଯୁଗ୍ମ ସଂପାଦକ, ଦାମୋଦର ପଣ୍ଡା,ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ସୂଚନା ମିଳିବା ପରେ ସମସ୍ତେ ଖୁସି ଅଛନ୍ତି ବୋଲି ବିକାଶ ମଞ୍ଚର ସାଧାରଣ ସଂପାଦକ ରଜନୀ କାନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *