ରାଜନୀତି

ବିଜେପିରେ ମିଶିବେ ବିଧାୟକ ପ୍ରଶାନ୍ତ ଜଗଦେବ : ସସ୍ମିତ ପାତ୍ର

ଭୁବନେଶ୍ୱର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର | ସସ୍ମିତ କହିଛନ୍ତି ଯେ ପ୍ରଶାନ୍ତ ଖୁବ ଶୀଘ୍ର ବିଜେପିରେ ମିଶିବେ | ସେ କହିଛନ୍ତି ଯେ ବିଜେଡି କୌଣସି ହିଂସାରେ ବିଶ୍ୱାସ କରେନାହି । କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ଯଦି ହୋଇଥାନ୍ତା ବିଜେଡି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା । ବାଲୁଗାଁ ଚିଲିକାରେ ୮ ସେପ୍ଟେମ୍ବର ୨୦୨୧ ରେ ବିଜେଡିରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ବାଡ଼ଉଥିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଦଳରୁ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଥିଲେ |ମୁଖ୍ୟମନ୍ତ୍ରୀ ଗୁଣ୍ଡାରାଜ ଏବଂ ବିଶୃଙ୍ଖଳାକୁ ବରଦାସ୍ତ କରନ୍ତି ନାହିଁ । ଏହା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଏବଂ ଭାବନା । ଏବେ ବିଜେପିର ଗେହ୍ଲା ପୁଅ ସାଜିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ କ୍ରମେ ଘନ ଘନ ବୈଠକ କରି ବିଜେପିରେ ମିଶିବାକୁ ଯାଉଛନ୍ତି । ଯାହାକୁ ବିଜେଡିରୁ ବହିଷ୍କାର କରାଗଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଆପଣାଉଛନ୍ତି। ଏଭଳି ବ୍ୟକ୍ତିଙ୍କୁ ଆପଣାଇ କଣ ବାର୍ତ୍ତା ଦେବାକୁ ଚାଁହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଭଳି ପ୍ରଶ୍ନ କରିଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର । ସସ୍ମିତି ପତ୍ରଙ୍କ ଏପରି ବାର୍ତ୍ତା ଉପରେ ପ୍ରତିକ୍ରିୟା ଦେଇ ପ୍ରଶାନ୍ତଙ୍କ ସମର୍ଥକ ରବୀନ୍ଦ୍ର ବେହେରା କହିଛନ୍ତି ଯେ ସସ୍ମିତି ପତ୍ର ଜଣେ କ୍ଷମତା ଲୋଭି ଓ ଚାଟୁକାର ବ୍ୟକ୍ତି l ସେ କଂଗ୍ରେସ ଦଳରେ ଥିବା ସମୟରେ ଦଳବିରୋଧୀ କାର୍ଯ୍ୟ କରି ଦଳରୁ ବାସନ୍ଦ ହୋଇଥିଲେ l ସ୍ୱାର୍ଥ ସାଧନ ପାଇଁ ବିଜେଡି ରେ ମିଶି କ୍ଷମତା ଉପଭୋଗ କରୁଛନ୍ତି l ସେ ନିର୍ବାଚିତ ଜନ ପ୍ରତିନିଧି ହୋଇ ପାରିବେ ନାହିଁ କି ଜନତାଙ୍କ ସହିତ ମିସିପାରିବେ ନାହିଁ l ଲୋକ ମାନଙ୍କ ଠାରୁ ସର୍ବଦା ଦୂରରେ ରହୁଥିବା ନେତା କୁ ଦଳରୁ ବିଜେଡି ବାହାର କରିଦେବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *