ମନୋରଞ୍ଜନ

ଗୋଟିଏ ଫିଲ୍ମକୁ ୫୦ କୋଟି!

ମୁମ୍ବାଇ: ବଲିଉଡର ଦମଦାର ଅଭିନେତା ସନ୍ନି ଦଓ୍ବେଲ ଏବେ ‘ଗଦ୍ଦର-୨’ର ସକସେସ ଏନଜୟ କରୁଛନ୍ତି। ଏହି ମୁଭିରେ ସନ୍ନିଙ୍କ ଦମଦାର ପରଫରମାନ୍ସ ସମସ୍ତଙ୍କ ଦିଲ୍‌ ଜିତି ନେଇଛି। ତାରା ସିଂ କ୍ୟାରେକ୍ଟରରେ ଅଭିନେତାଙ୍କୁ ଦର୍ଶକଙ୍କ ଖୁବ ଭଲପାଇବା ମିଳିଛି। ଏହି ସଫଳତା ପରେ ଗଦ୍ଦର-୨ ଚଳିତ ବର୍ଷର ସବୁଠାରୁ ବଡ ହିଟ ଫିଲ୍ମ ମଧ୍ୟରୁ ଗୋଟିଏ ହୋଇଯାଇଛି। ଏବେ ପର୍ଯ୍ୟନ୍ତ ମୁଭି ବକ୍ସ ଅଫିସରେ ୪୫୦ କୋଟିରୁ ଅଧିକ ବିଜନେସ କରିସାରିଲାଣି। ଫିଲ୍ମର ଏହି ସଫଳତା ପରେ ସନ୍ନି ଦଓ୍ବେଲଙ୍କ ଷ୍ଟାରଡମକୁ ବି ଖୁବ ସଫଳତା ମିଳିଛି। ଏହାରି ଭିତରେ ସେ ତାଙ୍କର ଫିଜ ବଢାଇ ଦେଇଛନ୍ତି।ଏକ ରିପୋର୍ଟ ଅନୁଯାୟୀ, ଅଭିନେତା ଏବେ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୫୦ କୋଟି ଟଙ୍କା ଚାର୍ଜ କରିବେ। ଆଉ ଏହାପରେ ସେ ଇଣ୍ଡିଷ୍ଟ୍ରିର ମହଙ୍ଗା ଆକ୍ଟର ତାଲିକାରେ ସାମିଲ ହୋଇଯିବେ। ଏହାରି ଭିତରେ ବଲିଉଡ ହଙ୍ଗାମାକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା କହିଛନ୍ତି, ସେ ତାଙ୍କର ଫିଜ ଓ ଟଙ୍କାର ଲେଣଦେଣକୁ ନେଇ ଥିବା ତଥ୍ୟ ପବ୍ଲିକରେ ସେୟାର କରିବାକୁ ଚାହାଁନ୍ତି ନାହିଁ। ଏବେ ସେ ଗଦ୍ଦର-୨ର ସଫଳତାକୁ ଏନଜୟ କରୁଛନ୍ତି। ପରେ ଯେତେବେଳେ ସେ ନେକ୍ସଟ ପ୍ରୋଜେକ୍ଟ ସାଇନ କରିବେ ସେତେବେଳେ ସେ ଫିଜ କଥା ଭାବିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମୋର ମୂଲ୍ୟ ଜାଣିଛି, ଆଉ ଏହାସହ କେବେ କମ୍ପରମାଇଜ କରି ନ ଥାଏ। ତେବେ ମୋର ସବୁଠାରୁ ବଡ ସମ୍ପତ୍ତି ମୋ ପରିବାର ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *