ଅପରାଧ

ସ୍ବାମୀଙ୍କ ଆଗରେ ଚାଳିଗଲା ସ୍ତ୍ରୀଙ୍କ ଜୀବନ

କେନ୍ଦୁଝର,: କେନ୍ଦୁଝର ଜିଲା ସଦର ଥାନା ଅଧୀନ ଡଙ୍ଗାପାଣି ନିକଟ ୪୯ ନମ୍ବର ରାଜପଥରେ ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମହିଳାଙ୍କ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ସ୍ବାମୀ, ସ୍ତ୍ରୀ ଏକ ବାଇକ୍‌(ନଂ.ଓଆର୍‌୦୯ ଡବ୍ଲ୍ୟୁ-୭୭୩୮) ଯୋଗେ ଶୁଆକାଟିରୁ କେନ୍ଦୁଝର ଦେଇ ପଦ୍ମପୁର ଯାଉଥିଲେ। ହେଲେ ଡଙ୍ଗାପାଣି ନିକଟ ୪୯ ନମ୍ବର ରାଜପଥରେ ଏକ ଟ୍ରକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ବାମୀ ଆହତ ହୋଇଛନ୍ତି। ଆଖି ଆଗରେ ସ୍ତ୍ରୀଙ୍କୁ ହରାଇ ସେ ଭାଙ୍ଗି ପଡିଛନ୍ତି। ଦୁର୍ଘଟଣା ପରେ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *