ରାଜ୍ୟ

ଟନ ପିଛା ଏକ ଟଙ୍କା ନା ଅଧିକ, କିଏ ସବୁ ସାମିଲ ?

ବଡ଼ବିଲ : ଚମତ୍କାର ବୁଦ୍ଧି ଏବେ ସାଜିଛି ଘୋଟାଲାର ଅଂଶକୁ ଭାଗ କରି ହିସାବ କରିବାର ସରଳ ଉପାୟ , ଯାହା ଉଭୟ ପକ୍ଷକୁ ସୁହାଉଥିବାର ଶୁଣିବାକୁ ମିଳେ। ତେବେ ସୂତ୍ର ଯେ ଟନ ପିଛା ଏକ ଟଙ୍କାରେ ଛିଣ୍ଡୁ ଥିବାର ହିସାବ । ତେବେ ଜାଣିବାକୁ ମିଳିଲା ସରଳ ଉପାୟରେ ଉଭୟଙ୍କୁ ମଧ୍ୟରେ ଚାଲିଛି ଏକ ଟଙ୍କା ଟନ ପିଛା ଦରରେ ହୁଏ ବୁଝାବଣା । ତେବେ ଏହି ଏକ ଟଙ୍କା ଉପରେ ତର୍ଜମା କରି ବିଶେଷ ଅନୁସନ୍ଧାନ ପରେ ଜାଣିବାକୁ ମିଳେ କେତକ ଚତୁରତା ସହ କାର୍ଷାଦି କରି ଭିତିରିଆ ଭାବରେ ଅଂଶ ହାସଲ କରି ଚାଲିଥିବାର ବହୁ ରୋଚକ ତଥ୍ୟ ସାମ୍ନାକୁ ଆସେ । ଏପରିକି ପାର୍ଟି ନିଜର କାର୍ଯ୍ୟ ସାଧନ ପକ୍ରିୟାକୁ ସରଳ କରିବାକୁ ଯାଇ ,କେଇ ସ୍ଥର ଦେଇ ଗତି କରିବାକୁ ହେଲେ ଏହି ଏକ ଟଙ୍କା ଦେବାକୁ ହୁଏ । ତେବେ ଦେଖିବାକୁ ଗଲେ ଟନ ପିଛା ଲୁଚି ରହିଥିବା ଏକ ଟଙ୍କା ଏ ଗୋଟିଏ ପ୍ରକାର ବ୍ୟବସ୍ଥା ପାଲଟି ଯାଇଛି ଅଞ୍ଚଳର ବାବୁ ମାଙ୍କର । ଆଉ ରହିଲା ଏଥିରେ ସାମିଲ ହୋଇ ରହିଥିବାଙ୍କ ତାଲିକା ସଂଖ୍ୟା ମଧ୍ୟ କିଛି କମ ନାହିଁ। ପୁରୁଣା ବିଦାୟ ନେଲେ ନୂଆ ସାମିଲ ହେବା,ତଳୁ ଆରମ୍ଭ କରି ଉପର ବହୁ ପଦ ପଦବୀରେ ମାଡ଼ି ବସି ଏହାର ସୁବିଧା ନେଇ ଚାଲୁ ଥିବାର ଖବର ସଭିଙ୍କ ମୁହଁରେ ଶୁଣିବାକୁ ମିଳେ। ଏପରି କେହି କେହି ଅନୁଷ୍ଠାନ ମଧ୍ୟ ଏହାର ଲାଭ ଉଠାଇ ଥାଆନ୍ତି । ହେଲେ ସଭିଏ ଏଠାରେ ମୋନେ ରଖିବା ଉଚିତ୍ ଯେ ଏହି ଏକ ଟଙ୍କାର ମୂଲ୍ୟ ଯେତେ ବେଳେ ଟନର ଆକାରକୁ ଦୃଷ୍ଟି ଦେଇ ହିସାବ କରାଗଲେ ହଜାର ହଜାରରୁ ଉର୍ଦ୍ଦୁ ଏହି କାରବାର ପ୍ରତ୍ୟେକ ଦିନ ହୋଇଥାଏ । ତେବେ ଏହାକୁ ଅନୁସରଣ କରି ଘୋଟାଲା ବିଭାଗର କର୍ଯ୍ୟପ୍ରଣାଳିରେ ସରଳତାରେ ହିସାବ ଛିଣ୍ଡେ।

Leave a Reply

Your email address will not be published. Required fields are marked *