ଖେଳ

ଜାତୀୟ କ୍ରୀଡା ଦିବସ ପାଳିତ

ଜଗତସିଂହପୁର : ଜିଲ୍ଲା ପ୍ରଶାସନ,ନେହେରୁ ଯୁବ କେନ୍ଦ୍ର ଓ ପିଟି ଉଷା କ୍ଲବ ମିଳିତ ଆନୁକୂଲ୍ୟରେ ଚାନ୍ଦପୁର ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ପ୍ରିୟନାଥ ରାୟଙ୍କ ସଭାପତିତ୍ବରେ “ଜାତୀୟ କ୍ରୀଡା ଦିବସ” ଓ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ କ୍ରୀଡାବିତ୍ ଓ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଶିଶୁ ମନ୍ଦିର ଠାରୁ ରାମ ମନ୍ଦିର ଦେଇ ପଟିଲୋ ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ବବିଜୟନୀ ପଟ୍ଟନାୟକ, ରାଜ୍ୟ ହ୍ୟାଣ୍ତବଲ ସଂଘ ସଭାପତି ବିପ୍ଳବ ଚୌଧୁରୀ, ତିର୍ତ୍ତୋଲ ବ୍ଲକ ଉପାଧ୍ୟକ୍ଷା ସଂଧ୍ୟାରାଣୀ ମହାନ୍ତି, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ନିଖିଲ କୋକୁଲା, ସରସ୍ଵତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଆଲୋକ ଜତି ପ୍ରମୁଖ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ା ଦିବସର ମହତ୍ତ୍ଵ ସଂପର୍କରେ ଆଲୋଚନା କରିବା ସହ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ରୀଡାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପିଟି ଉଷା କ୍ଲବର କର୍ମକର୍ତ୍ତା ବ୍ରଜକିଶୋର ଦାସ, ମନୋରଞ୍ଜନ ମହାପାତ୍ର, ଶକ୍ତି ରଞ୍ଜନ ରାୟ, ଅନ୍ନପୂର୍ଣ୍ଣା ଜେଠୀ,ସେହ୍ନଲତା ବେହେରା, ଆଶିଷ ବେହେରା,ସାଗର ରାଉତ ଓ ଶିଶୁ ମନ୍ଦିରର ଗୁରୁଜୀ,ଗୁରୁମା ମାନେ ସହଯୋଗ କରିଥିଲେ।
ଶେଷରେ ଜୟଦୁର୍ଗା ସ୍ପୋଟର୍ସ କମ୍ପ୍ଲେକ୍ସ,ଛେଳିଆଗଡ,ସିଦ୍ଧଳ ଠାରେ ମହିଳା କ୍ରୀଡ଼ାବିତ ମାନଙ୍କୁ ନେଇ ଏକ ବନ୍ଧୁତ୍ବପୂର୍ଣ୍ଣ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *