ଅପରାଧ

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ


ନିମାପଡ଼ା: ୨୦୨୨ ମସିହା ରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଂଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ବିଚାର କରି ନିମାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ଲୋକନାଥ ସାହୁ ଅଭିଯୁକ୍ତ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୭ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି ।୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖ ରାତିରେ ବଳଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମରେ ସ୍ବାମୀ ଘରେ ନ ଥିବା ସୁଯୋଗ ନେଇ ତେରହଳ
ଗ୍ରାମ ର ପୂର୍ଣ୍ଣ ଚନ୍ଦ୍ର ଶତପଥୀ (୪୩) ମହିଳାଙ୍କ ଘରେ ପଶିଥିଲେ। ତାଙ୍କ ନାବାଳକ ପୁଅର ତଣ୍ତି ଚିପି ବାହାରକୁ ଫିଙ୍ଗି ଦେଇଥିଲେ ।ଏହାପରେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବଳଙ୍ଗା ଥାନାରେ ୨୨୭/୨୨ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ ।ଏହି ମାମଲାର ତତ୍କାଳୀନ ତଦନ୍ତ କାରୀ ଅଧିକାରୀ ୨ ମାସ ମଧ୍ୟରେ କୋର୍ଟ ରେ ଚାର୍ଜସିଟ୍ ଦାଖଲ କରିଥିଲେ ।ମାମଲା ରେ ପୋଲିସ ପକ୍ଷରୁ କୋର୍ଟ ରେ ୧୭ ଜଣ ସାକ୍ଷୀଙ୍କ ଜମାନବନ୍ଦୀ ଓ ସରକାରଙ୍କ ତରଫରୁ ଦାଖଲ କରାଯାଇଥିବା ୨୪ ଟି ଦସ୍ତାବିଜ୍ କୁ ବିଚାର କୁ ନେଇ ଅତିରିକ୍ତ ଜିଲ୍ଲା ଦୌରାଜଜ ଆସାମୀ କୁ ଦୋଷୀ ସାବ୍ୟସ୍ତ କରି ୩୭୬ ଦଫାରେ ୧୦ ବର୍ଷ ର ସଶ୍ରମ କାରାଦଣ୍ଡ ସହ ୫ ହଜାର ଜୋରିମାନା ଏବଂ ଦଫା ୪୫୮ ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା ଏବଂ ଦଫା ୩୨୩ ରେ ୧ ହଜାର ଟଙ୍କା ଜୋରିମାନା ଟଙ୍କା ଦଣ୍ଡାଦେଶ ଦେଇଛନ୍ତି ।ମାମଲା କୁ ସରକାରଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ସୀତାକାନ୍ତ ଦାସ ଲଢ଼ୁଥିଲେ ।

Leave a Reply

Your email address will not be published. Required fields are marked *