ଖେଳ

ସ୍ୱସ୍ତି ସିଂ ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ଜାତୀୟ କ୍ରୀଡ଼ା ଦିବସ (ମେଜର ଧ୍ୟାନଚାନ୍ଦ ଜୟନ୍ତୀ) ଅବସରରେ ରାଜ୍ୟ ସରକାର ମଙ୍ଗଳବାର ଦିନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର-୨୦୨୩’ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନରେ ସମ୍ମାନିତ କରିଛନ୍ତି। ଦୀପ ରଂଜନ ବିଷୋୟୀଙ୍କୁ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌, ସବିତା ଟପ୍ପୋଙ୍କୁ ଉଦୀୟମାନ କ୍ରୀଡ଼ାବିତ୍‌ ଓ ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପ୍ରଦାନ କରିଛନ୍ତି।  ପିଟର ତିର୍କୀ ଓ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ପ୍ରଦୀପ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ କୋଚ୍‌, ଶ୍ରେଷ୍ଠ ଟେକନିକାଲ ସପୋର୍ଟ ଷ୍ଟାଫ୍‌ ପାଇଁ ବିକେ ନାୟକ ଓ କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ପୁଲିସକୁ ପୁରସ୍କାର ମିଳିଛି। ଅଜୟ ଦାସଙ୍କୁ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ସାମ୍ବାଦିକ ପୁରସ୍କାର ମିଳିଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦୁଇଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ଦିବଙ୍ଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କୁ ପୁରସ୍କାର ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି। ଉଭୟଙ୍କ ପରିବାର ସଦସ୍ୟ ପୁରସ୍କାର ଗ୍ରହଣ କରିଛନ୍ତି। ସରୋଜ ଦାସଙ୍କ ପାଇଁ ତାଙ୍କ ପିତା ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଗ୍ରହଣ କରିଥିଲେ।

ଲୋକସେବା ଭବନରେ ସଭାଗୃହରେ ଆୟୋଜିତ ସମାରୋହରେ ଯୋଗଦେଇ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ସ୍ୱାଗତ ଭାଷଣ ଦେଇଥିଲେ। ସେହିପରି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *