ରାଜ୍ୟ

ଖଣି ସହରର ସ୍ଥାନେ ସ୍ଥାନେ ବାଲି, ଗୋଡ଼ି ଡିପୋ

ଯୋଡ଼ା : ଖଣି ସହରରେ ଦୀର୍ଘ ଦିନ ଧରି ବାଲି, ଗୋଡ଼ିର( ଚିପ୍ସ ପଥର) ଜମା ରଖିଥିବା ବହୁ ସ୍ଥାନରେ ଡ଼ିପୋ ଗଢି ଉଠିଥିବାର ଦେଖିବାକୁ ମିଳେ। ତେବେ ଘଟଣା କିଛି ଏହିପରି ସହର ବ୍ୟତୀତ ବନେଇକାଳାର ଏକାଧିକ ସ୍ଥାନ ଗୁଡିକରେ କେହି ଘର ନିର୍ମାଣରେ ବ୍ୟବହୃତ ବାଲି , ଗୋଡ଼ି ଜମା କରି ସମୟ କ୍ରମେ ଉଚ୍ଚା ଦରରେ ବ୍ୟବସାୟ ହେଉଥିବାର ଜାଣିବାକୁ ମିଳେ। ତେବେ ଦେଖିବାକୁ ଗଲେ ଗୋଟିଏ ସାଧାରଣ ଲୋକଟିଏ ଜୀବନର ଗୋଟି ଗୋଟି କରି ଜମା ପୁଞ୍ଜିକୁ ନିଜ ପରିବାର ପାଇଁ ସାଧାରଣ ଘରଟିଏ ନିର୍ମାଣ କରିବାରେ ଖର୍ଚ୍ଚ କରିଦେଇଥାଏ । କିନ୍ତୁ କେତକ ଘର ସାମଗ୍ରୀ ଦଲାଲଙ୍କ ପାଇଁ ସାଧାରଣ ଲୋକ ଏବେ ଘର ନିର୍ମାଣ କରିବାରେ ହିନସ୍ଥା ହେଉଥିବାର ଦେଖିବାକୁ ମିଳେ । ଅଞ୍ଚଳରେ ଗତ କିଛି ମାସ ଧରି ପ୍ରମୁଖ ବାଲିର କୌଣସି ସଠିକ୍ ମୂଲ୍ୟ ନିର୍ଦ୍ଧାରିତ ନଥିବା ବେଳେ ଏକ ପ୍ରକାର ମୋନ ଇଛା ମୁତାବକ ବିକ୍ରି ହେଉଥିବାର ନଜରକୁ ଆସେ । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବ ଯଦି ସ୍ଥାନେ ସ୍ଥାନେ ବାନିଥିବା ଡିପୋ ଉପରେ କାର୍ଯ୍ୟାନୁଷ୍ଠାନ କରିବା ସହ ବାଲି ବିକ୍ରି କରୁଥିବାଙ୍କ ପ୍ରତି କଡା ଦୃଷ୍ଟି ଦେଲେ ସାଧାରଣ ଲୋକେ ଆସ୍ଵସ୍ଥି ଅନୁଭବ କରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *