ରାଜ୍ୟ

ଏ.ସି କିଣାରେ ଘୋଟାଲା, ଚଞ୍ଚକତାରେ ଭତ୍ତା ବାବୁ

ଚମ୍ପୁଆ : ଛୋଟ ହେଉ କି ବଡ଼,ସବୁଥିରେ ରାଜଧାନୀର ଭତ୍ତା ଅଫିସରଙ୍କ ଯୋଗଦାନ ରହି ନିଜର ଅଫିସର ପଣୀୟାର ଭାଗଟା ପ୍ରଥମ । ସେହିପରି ଗତ ବର୍ଷ ଏ.ସି କିଣାରେ ପୁଣି ହୁଏ ଏକ ଚଞ୍ଚକତା କରନ୍ତି ବୋଲି ରାଜଧାନୀର ଜଣିଏ ଅଫିସର ନିଜ ନାମ ଗୁପ୍ତ ରଖି କୁହନ୍ତି । ଘଟଣା କିଛି ଏପରି ଜାଣିବାକୁ ମିଳେ ଯେ ପ୍ରାୟ ୮/୧୦ ଖଣ୍ଡ ଏ.ସି ଗତ ବର୍ଷ କିଣି ସେଥିରୁ ମଧ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ପକେଟକୁ ପସିଛି ବୋଲି ଶୁଣିବାକୁ ମିଳେ। ତେବେ ଦେଖିବାକୁ ଗଲେ ସାଧାରଣ ବର୍ଗ ଦିନକୁ ଦୁଇ ଓଳି ମୁଠେ ଖାଦ୍ୟ ପାଇଁ କେତେଯେ କଷ୍ଟ କରିବାକୁ ପଡ଼ିଥାଏ ହେଲେ ଏହି ଭତ୍ତା ବାବୁ ପରି ବଡ଼ ବାବୁ ମାନେ ଘୋଟାଲା କରି ମୋଟା ଅଙ୍କ ଅର୍ଥ ହାସଲ କରି ରାଜ ଧାନୀ ପରି ଅଞ୍ଚଳ ରେ କୋଠା ,ଦାମୀ କାର, ପ୍ଲଟ ପରେ ଏକାଧିକ ପ୍ଲଟ କରିବାରେ ବେସି ସମୟ ଲଗିନଥାଏ କାରଣ ଏହି ଭତ୍ତା ଅଫିସରଙ୍କ ହାତରେ କେତକ କ୍ଷମତା । ଆଉ ଏହି କ୍ଷମତା ହେଲା ଗରିବଙ୍କ ପାଇଁ ଚଡ଼କ ସଦୃଶ,ଯାହାର ଏବେ ସବୁ ହିସାବ ହୋଇ ଖବର ସବୁ ପର୍ଦ୍ଧାଫାସ ହେବା ଥୟ । ଏପରିକି ଯାହା ସୂଚନା ଆସେ ତରଳ ପଦାର୍ଥ କିଣାର ହେରଫେର ବ୍ୟତୀତ ଗତ ବର୍ଷ ବିଲ୍ଡିଂ (ମହଲା) ମରାମତିରେ ଜାଲିଆତି ତଥା ଘୋଟାଲାର ସମସ୍ତ ବିଷୟ ସାର୍ବଜନୀନ ହୋଇ ଏକ ଉଦ୍ୟମ କରାଯିବ ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଏ।

Leave a Reply

Your email address will not be published. Required fields are marked *