ରାଜ୍ୟ

ବଡ଼ବିଲରେ ଖଣି କମ୍ପାନୀଙ୍କ ଡେଙ୍ଗୁ ଦମନ ଆରମ୍ଭ,ଯୋଡ଼ାରେ ଖଣି କମ୍ପାନୀ କାହିଁକି ନୁହଁ ?

ଯୋଡ଼ା : କେନ୍ଦୁଝର ଜିଲ୍ଲାର ଯୋଡ଼ା ଏବଂ ବଡ଼ବିଲ ଦୁଇଟି ପ୍ରମୁଖ ଖଣି ସହର ଭାବରେ ବେସ ପରିଚିତ । ଦୁଇଟି ସହରରେ ବିଶେଷ ସେପରି କୌଣସି ଭିନ୍ନତା ନଥିବାବେଳେ ବଡ଼ବିଲ ପୌରପାଳିକା ଅନ୍ତର୍ଗତରେ ପନ୍ଦର ଗୋଟି ୱାର୍ଡ ଥିବା ବେଳେ ଯୋଡ଼ା ପୌରପାଳିକାରେ ଚଉଦ ଗୋଟି ୱାର୍ଡ ଅବସ୍ଥିତ ରହିଛି । ହେଲେ ଗତ କିଛି ବର୍ଷ ତଳେ ଯେଉଁ ଭଳି ଭାବରେ ଡେଙ୍ଗୁ ଆକ୍ରାନ୍ତ ଅଞ୍ଚଳକୁ ଯେପରି ବ୍ୟାପିଥିଲା ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବର୍ଷ ଖଣି କମ୍ପାନୀଙ୍କୁ ଡେଙ୍ଗୁ ନିରାକରଣ ନିମନ୍ତେ କାର୍ଯ୍ୟ ସମ୍ପାଦନ ଦାୟିତ୍ବ ପୌରକାର୍ଯ୍ୟଳୟ ହସ୍ତାନ୍ତର କରିଥାଏ କେବଳ ବଡ଼ବିଲର ସହର ପନ୍ଦର ଗୋଟି ୱାର୍ଡର । ତେଣୁ ଖଣି କମ୍ପାନୀ ମଧ୍ୟ ନିର୍ଦ୍ଦେଶ ପାଇବା କ୍ରମେ ନିଜର କର୍ମଚାରୀଙ୍କୁ ଉକ୍ତ ମହତ୍ କାର୍ଯ୍ୟରେ ନିଯୋଗ କରି ମାରାତ୍ମକ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନିପାତ କରିବାକୁ ଧୁଆଁ ଛାଡିବା ମେସିନ ବ୍ୟବହାର କରିବା,ମଶା ତୈଳ ଯନ୍ତ୍ର ମାଧ୍ୟମରେ ଛିଞ୍ଚନ କରିବା,ଜମାଟ ପାଣିକୁ ନିଷ୍କାସନ ବ୍ୟବସ୍ଥା କରିବା,ଘାସ ବଣକୁ କାଟି ସଫା କରିବା,ୱାର୍ଡ ବାସୀଙ୍କୁ ମାରାତ୍ମକ ମଶା ପ୍ରତି ସଚେତନ କରି ମଶା ଠାରୁ ଦୂରେଇ ରଖିବା ନିମନ୍ତେ ମଶାରୀ ମଧ୍ୟ କେଇ କମ୍ପାନୀ ବଣ୍ଟନ କରିଥାଏ ବଡ଼ବିଲ ପୌରାଞ୍ଚଳର ୱାର୍ଡ ଗୁଡିକରେ । ହେଲେ ଦେଖିବାକୁ ଗଲେ ଯୋଡ଼ା ଖଣି ଉପନିର୍ଦେଶକଙ୍କ ଅଧୀନରେ ଉକ୍ତ ପ୍ରାୟ ସମସ୍ଥ ଖଣି କମ୍ପାନୀ ରହିଥିବା ସତ୍ତ୍ବେ ଗୋଟିଏ ବର୍ଷ ମଧ୍ୟ ଏଯାଏ ଯୋଡ଼ା ପୌରପାଳିକାର ୱାର୍ଡ ଗୁଡିକରେ ମାରାତ୍ମକ ରୋଗ ଡେଙ୍ଗୁ ଏବଂ ମ୍ୟାଲେରିଆ ପ୍ରତି କାର୍ଯ୍ୟ କରିନାହିଁ ଉକ୍ତ ଖଣି କମ୍ପାନୀ ,କେବଳ ଟାଟା ଷ୍ଟିଲ ଯାହା ପ୍ରଚାର ଗାଡିରେ ଜୋର୍ ସୋର ଆକାରରେ ସଚେତନ ସହ ମଝିରେ ମଝିରେ ଧୁଆଁ ଛାଡିବା ହୁଏ ।

ଏପରିକି ଯୋଡ଼ା ପୌରକାର୍ଯ୍ୟଳୟ ପକ୍ଷରୁ ମଧ୍ୟ କେଇଟା ପଦକ୍ଷପ ଗ୍ରହଣ ହୋଇଥାଏ ମାଆ ଧୁଆଁ ଛାଡିବା ପରି । ହେଲେ ସଭିଏ ଜାଣିବାର ଆବଶ୍ୟକ ରହିଛି ଯେ ଚଳିତ ବର୍ଷ ମଧ୍ୟ ଯୋଡ଼ା ନିକଟବର୍ତ୍ତୀ ପଞ୍ଚାୟତରେ କେଇ ଜଣଙ୍କୁ ଡେଙ୍ଗୁ ଆକ୍ରାନ୍ତର ଭୟ ଦେଖା ଦେଇଥିଲେ ମଧ୍ୟ ଅଞ୍ଚଳର ପ୍ରାୟ ଖଣି କମ୍ପାନୀ ସମସ୍ତ ଯୋଡ଼ା ପୌରାଞ୍ଚଳର ଏକ ନମ୍ବର ୱାର୍ଡ ସ୍ଥିତ ଖଣି ଉପନିର୍ଦେଶକଙ୍କ ଅଧୀନରେ କାର୍ଯ୍ୟ ବହୁ ହୋଇଥାଏ,ଯଦି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏବଂ ଖଣି ଉପନିର୍ଦେଶକଙ୍କ ମିଳିତ ସହଯୋଗରେ ବଳକା ଖଣି କମ୍ପାନୀ ଗୁଡ଼ିକ ଯୋଡ଼ା ପୌରାଞ୍ଚଳ ତଥା ନିକଟ ଆଖ ପାଖ ଅଞ୍ଚଳ ଗୁଡ଼ିକ ବଳକା କମ୍ପାନୀଙ୍କୁ ଡେଙ୍ଗୁ ନିରାକରଣ ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରାଗଲେ ଜିଲ୍ଲାର ଦୁଇ ଖଣି ସହର ବ୍ୟତୀତ ଆଖ ପାଖ ଅଞ୍ଚଳ ଗୁଡିକ ଡେଙ୍ଗୁ ଏବଂ ମ୍ୟାଲେରିଆ ମାରାତ୍ମକ ରୋଗ ବିପଦରୁ ତ୍ରାହି ପାଇବେ ବୋଲି ଆଶା ବାନ୍ଧି ବସିଛନ୍ତି ଅଞ୍ଚଳ ବହୁ ସାଧାରଣ ଲୋକ ।

Leave a Reply

Your email address will not be published. Required fields are marked *