ରାଜ୍ୟ

ସମତ୍ୱମ ସାଧନା ଆଶ୍ରମରେ ଗଙ୍ଗାଧର ଜୟନ୍ତୀ

ସମ୍ବଲପୁର : ସମତ୍ୱମ ସାଧନା ଆଶ୍ରମରେ ନିରାଡମ୍ବର ଭାବରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ ଶ୍ରୀ ଗଣପତିଙ୍କ ସମ୍ମୁଖରେ ପୂଜା ଅର୍ଚ୍ଚନା ପରେ ଗଙ୍ଗାଧର ମେହେରଙ୍କ ଫଟୋରେ ମୁଖ୍ୟ ଅତିଥି ମାନନୀୟ ଶ୍ରୀନିବାସ ପଣ୍ଡା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟ ବକ୍ତା ମାନନୀୟ କବି ଶ୍ରୀଯୁକ୍ତ ମନବୋଧ ପଧାନ କବିଙ୍କର ବିସ୍ତୃତ ଜୀବନୀ ଉପରେ ଆଲୋକପାତ କରିଥଲେ । କବି ଶ୍ରୀ ଜ୍ଞାନେନ୍ଦ୍ରୀୟ ଦାଶ, ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ “ଦେଶପ୍ରେମୀ ଗଙ୍ଗାଧର” ଶୀର୍ଷକ ଏକ କବିତା ପାଠ କରିଥିଲେ । ପରେ ପରେ “ଗଙ୍ଗାଧର ସାହିତ୍ୟରେ ଭକ୍ତି” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ବୀରେନ୍ଦ୍ର ନାରାୟଣ ଜେନା ଓ କବି ଜିତେନ୍ଦ୍ର ସିଂହ ମଧ୍ୟ ଅଂଶ ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ପରେ ପରସ୍ପର ମଧ୍ୟରେ ପବିତ୍ର ରକ୍ଷା ବନ୍ଧନ କରି ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା । ଶେଷରେ ଶ୍ରୀଯୁକ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସମତ୍ୱମ ସାଧନା ଓ କବିଙ୍କର ଦୁଇଟି ଗୀତ ଗାନ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Leave a Reply

Your email address will not be published. Required fields are marked *