ଖେଳ

ଏସିଆ କପ୍ : ଉଦଘାଟନୀ ମ୍ୟାଚରେ ନେପାଳକୁ ହରାଇଲା ପାକିସ୍ତାନ

ମୁଲତାନ : ଏସିଆ କପର ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି ପାକିସ୍ତାନ । ପାକିସ୍ତାନ ଦ୍ବାରା ରଖାଯାଇଥିଲା ୩୪୩ ରନର ଟାର୍ଗେଟର ପିଛା କରିବାକୁ ଯାଇ ନେପାଳ ୨୫ ମଧ୍ୟ ପର୍ଯ୍ୟନ୍ତ ମଧ୍ୟ ଖେଳିପାରିନଥିଲା । ଦଳ ୨୩.୪ ଓଭରରେ ୧୦୪ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ସୋମପାଲ କାମି ସର୍ବାଧିକ ୨୮ରନ କରିଥିବାବେଳେ ଆରିଫ୍ ସେଖ୍ ୨୬ରନ କରିଥିଲେ । ପାକିସ୍ତାନ ପକ୍ଷରୁ ହାରିସ ରଫ ଓ ସାହିନ ଆଫ୍ରିଦି ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନେପାଳ ଦ​ଳ ଆରମ୍ଭରୁ ଫକର ଜମାନ ଓ ଇମାମ-ଉଲ-ହକଙ୍କ ଓ୍ବିକେଟ ନେଇ ପାକିସ୍ତାନକୁ ଝଟକା ଦେଇଥିଲା । କିନ୍ତୁ ୩ୟ ସ୍ଥାନରେ ଆସିଥିବା ବାବର ଆଜମ୍ ଓ ୪ର୍ଥରେ ଆସିଥିବା ମହମ୍ମଦ ରିଜଓ୍ବାନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ରିଜଓ୍ବାନ ୪୪ ରନ କରି ଆଉଟ ହୋଇଥିଲେ ବି ବାବରଙ୍କ ବ୍ୟାଟିଂ ଶେଷ ଓଭର ପର୍ଯ୍ୟନ୍ତ ଜାରି ରହିଥିଲା । ସେ ୧୩୧ଟି ବଲ ଖେଳି ୧୫୧ ରନ କରି ସୋମପାଲ କାମିଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ୬ ନମ୍ବର ସ୍ଥାନରେ ଆସିଥିବା ଇଫତିକାର ଅହମ୍ମଦ ଏକ ଆକର୍ଷଣୀୟ ଇନିଂସ ଖେଳି ମାତ୍ର ୭୧ଟି ବଲରେ ଅପରାଜିତ ୧୦୯ ରନ କରିଥିଲେ । ଏହା ଫଳରେ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୩୪୨ରନ କରିଥିଲା ।

ନେପାଳ ପକ୍ଷରୁ ସୋମପାଳ କାମି ୨ଟି ଓ୍ବିକେଟ ନେଇଥିବାବେଳେ କରନ କେସି ଓ ସନ୍ଦୀପ ଲାମିଚାନେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *