ରାଜ୍ୟ

ସ୍ୱାୟତ୍ତ ଶାସନ କୁ କଳା ଦିବସ ରୂପେ ପାଳନ କରିବ ବିଜେପି


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଆସନ୍ତା କାଲି ୩୧ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି ।ରାଜଧାନୀ ର ଅନତି ଦୂରରେ ଅବସ୍ଥିତ ଏହି ସହରରେ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। ସାମାନ୍ୟ ବର୍ଷା ରେ ନିମାପଡ଼ା ବଜାର , ଅଣ୍ଡିଆ ସାହି ,ମହାବୀର କଲୋନି ଓ ନିଉ କଲୋନୀ ରେ ଲୋକମାନେ ଜଳ ଘେରି ଭିତରେ ରହୁଛନ୍ତି ।ଦୀର୍ଘ ଦିନ ଧରି ରାସ୍ତା ରେ ପାଣି ଜମି ରହୁଛି,ଯାହା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏନଏସି ରେ ମଶା ଧୂଆଁ ଦିଆଯାଉନାହିଁ ।ଚାରିଆଡ଼େ ଡେଙ୍ଗୁ ଜ୍ଵର ପ୍ରବଳ ମାତ୍ରାରେ ବ୍ୟାପୁଥିବାବେଳେ ଏ ନ ଏସି ଅଞ୍ଚଳରେ ମଶାଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ସହର କୁ ସ୍ମାର୍ଟ ସହର କରିବା କଥା ଏଠାରେ ପ୍ରହସନ ପାଲଟିଛି। ନିର୍ବାଚନ ସମୟ ରେ ପ୍ରତିଶ୍ରୁତି ଦେଇ ମଧ୍ୟ ଅଣ୍ଡିଆ ଓ ପାଟପୁର ମୌଜା କୁ ନଟ ଫାଇନାଲ ରୁ ମୁକ୍ତି କରିପାରୁନାହାଁନ୍ତି ।କେବଳ ମିଛ ପ୍ରତିଶ୍ରୁତି ଓ ପ୍ରତାରଣା କୁ ବିଜେପି ନିର୍ବାଚିତ ପ୍ରତିନିଧି ମାନେ କାଉନସିଲ ବୈଠକ ରେ ବିରୋଧ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ପ୍ରଶାସନିକ ଅଧିକାରୀ ମାନେ ।ତେଣୁ ସ୍ୱାୟତ୍ତ ଶାସନ ଦିବସ କୁ କଳାଦିବସ ରୂପେ ପାଳନ କରାଯିବ ବୋଲି କାଉନସିଲର ଶ୍ରୀ ନିରଞ୍ଜନ ନାୟକ ଏକ ପ୍ରେସ ରିଲିଜ ରେ କହିଛନ୍ତି ।

Leave a Reply

Your email address will not be published. Required fields are marked *