ବିଶେଷ

ନିର୍ବାଚନ ପ୍ରସ୍ତୁତିରେ ନେତା, ଦୋଛକିରେ ଜନତା

ଭୁବନେଶ୍ୱର : 2024 ସାଧାରଣ ନିର୍ବାଚନକୁ ନେଇ ସବୁ ମହଲରେ ସରଗରମ ଆଲୋଚନା ଆରମ୍ଭ ହୋଇଗଲାଣି l ଆଗୁଆ ନିର୍ବାଚନ ହେବ ବୋଲି ରାଜନେତା ମାନେ ସାଧାରଣରେ ନାଗରା ପିଟିଲେଣି l କେନ୍ଦ୍ରରେ ଶାସକ ବିଜେପି ଓ ରାଜ୍ୟରେ ବିଜେଡି ଦଳ ଆଗୁଆ ନିର୍ବାଚନ ସପକ୍ଷରେ ମତ ଦେଲେଣି l ସରକାରୀ ଦଳ ବିଜେପି କୁ କ୍ଷମତାରୁ ହଟାଇବା ପାଇଁ ଗଠିତ ମହାମେଣ୍ଟ ଇଣ୍ଡିଆ ଘନ ଘନ ବୈଠକ ଆରମ୍ଭ କଲାଣି l ଓଡିଶାରେ ଆଞ୍ଚଳିକ ଦଳ 25 ବର୍ଷ ହେଲା କ୍ଷମତା ରେ ରହିଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ଶାସନ ପରିବର୍ତ୍ତନ କରିବା କୁ ନୂଆ ରଣ କୌଶଳ ପ୍ରସ୍ତୁତ ରେ ଲାଗିପଡିଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୋଟର ମାନଙ୍କୁ ବିଜେଡି ସପକ୍ଷରେ ଆଣିବା ପାଇଁ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ସବୁଜିଲ୍ଲା କୁ ପଠାଇ ଜନସୁଣାଣି କରି ଯୋଜନା ପରେ ଯୋଜନା ଘୋଷଣା କରିଚାଲିଛନ୍ତି l ସରକାରୀ ଅଫିସର ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗ୍ରସ୍ତ ଓ ପ୍ରକଳ୍ପ ଘୋଷଣାକୁ ବିରୋଧୀ ଦଳ ବିରୋଧ କରୁଛନ୍ତି l ସରକାରୀ ଅଫିସର ରାଜନୀତି କରି ରାଜ୍ୟ ରାଜକୋଷ ବାରବାଦ କରୁଛନ୍ତି ବୋଲି କହି ବହୁ ସ୍ଥାନରେ ପାଣ୍ଡିଆନ କୁ ବିରୋଧ କରାଯାଉଛି l ବିଜେପି ରାଜ୍ୟରେ ବିଜେଡି କୁ ବିରୋଧ କରୁଥିବା ବେଳେ କେନ୍ଦ୍ରନେତା ମାନଙ୍କ ସହିତ ବିଜେଡି ହାତ ମିଳାଇବା ଓ ଲୋକସଭା, ଜୟ ରାଜ୍ୟ ସଭାରେ ସମର୍ଥନ କରିବା କୁ କଂଗ୍ରେସ ସମାଲୋଚନା କରୁଛି l ବିଜେଡି ସରକାର ରେ ରାଜ୍ୟ କେତେ ପ୍ରଗତି କରିଛି ଓ କେତେ ପଛକୁ ବିକାଶ ଘୁଞ୍ଚିଛି ତାହା ଭୋଟର ମାନେ ବିଚାର କରିବା ଦରକାର କାରଣ ଗୋଟିଏ ଭୋଟର ମୂଲ୍ୟ 1000 କି 2000ନୁହେଁ l 5ବର୍ଷ କାଳ ଦେଖା ନ ଥିବା ନେତା ଏବେ ଗାଁ ମୁହାଁ ହେବା ଦେଖ ଯାଉଛି l ନିଯୁକ୍ତି, ଦରିଦ୍ରତା,, ବିକାଶ କୁ ନେଇ ଦଳ ମାନେ ଏଜେଣ୍ଡା ତିଆରିବା ଆରମ୍ଭ କଲେଣି l ନୋଟ ଦେଇ ଭୋଟ କିଣିବା କୁ କିଛି ରାଜନେତା ଗ୍ରହଣ କରି ଭୋଟର ଙ୍କୁ ଆକୃଷ୍ଟ କରିବାକୁ ଆଗେଇ ଆସିଲେନି l ରାଜନୀତି ରେ ଦୁର୍ନୀତି, ଭ୍ରଷ୍ଟାଚାରରେ ଲିପ୍ତ ଥିବା ନେତା, ଅଫିସର ରାଜନୀତିରେ ପ୍ରବେଶ କରି ନିଜର ସ୍ୱାର୍ଥ ପୂରଣ କରୁଛନ୍ତି l ରାଜନୀତି ରେ ଜନତାଙ୍କ ସେବା ବଦଳରେ କ୍ଷମତାକୁ ଆସିଲା ପରେ ଜନତାକୁ ଅଧିକ ଲୁଟାଯାଉଥିବାର ଅଭିଯୋଗ ହେଉଛି l କେଉଁ ନେତା ଓ କେଉଁ ଦଳକୁ ଭୋଟ ଦେଲେ ଶାସନ ବ୍ୟବସ୍ଥା ଠିକରେ ଚାଲିବ ତାହା ନିର୍ଣ୍ଣୟ କରିବା ସମ୍ଭବ ନୁହେଁ l ଏବେ କ୍ଷମତା ଦଖଲ କରିବାକୁ ନେତା ମାନେ ମୈଦାନକୁ ଓଲ୍ଲାଇଲେଣି ରାଜନୀତି ର ଛକାପଞ୍ଚା ଭିତରେ ସାଧାରଣ ଭୋଟର କେତେ ସୁବିଧା ପାଉଛି ତାହାର ତର୍ଜମା ହେବାର ଆବଶ୍ୟକତା ରହିଛି l

Leave a Reply

Your email address will not be published. Required fields are marked *