ରାଜ୍ୟ

ବିଶ୍ଵ ସଂସ୍କୃତ ଦିବସରେ ଶ୍ରୀ ଗୀତ ଗୋବିନ୍ଦ ଆସର


ନିମାପଡ଼ା: ବିଶ୍ଵ ସଂସ୍କୃତ ଦିବସ ଅବସର ରେ ପ୍ରାଚୀ ନଦୀ ତଟ ମହାବୀର ପୀଠ ଠାରେ ଆଜି ଶ୍ରୀ ଗୀତ ଗୋବିନ୍ଦ ଆସର ଅନୁଷ୍ଠିତ ହୋଇଛି।ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ଆବାହକ ପଣ୍ତିତ ତ୍ରିଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାଚୀ କୂଳରେ ମହାକବି ଜୟଦେବ ଙ୍କ ଦ୍ଵାରା ସଂସ୍କୃତ ରେ ରଚିତ ମହାକାବ୍ୟ ଗୀତ ଗୋବିନ୍ଦ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ପ୍ରସିଦ୍ଧ ଓ ପ୍ରିୟ କାବ୍ୟ ହୋଇଥିବାରୁ ପ୍ରାଚୀ ଉପତ୍ୟକା ର ସର୍ବସାଧାରଣ ଗର୍ବିତ ବୋଲି କହିଥିଲେ। ସେ ସଂସ୍କୃତ ଭାଷା ସହ ଓଡ଼ିଆ ଭାଷା କୁ ବି ବିଶ୍ଵ ଦରବାର ରେ ପରିଚିତ କରାଇ ପାରିଥିଲେ। ଏହି ଆସର ରେ ଅନୁଷ୍ଠାନ ର ଉପଦେଷ୍ଟା ଡ଼ଃ. ସନ୍ତୋଷ ମିତ୍ର, ରାଧାଶ୍ୟାମ ପ୍ରଧାନ,କୈଳାସ ଚନ୍ଦ୍ର ନାୟକ,ସଂସ୍କୃତ ଅଧ୍ୟାପିକା ଡ଼ଃ. ଚିନ୍ମୟୀ ମିଶ୍ର ପ୍ରମୁଖ
ଯୋଗଦାନ କରି ସଂସ୍କୃତ ସାହିତ୍ୟ ର
କାଳଜୟୀ ରଚନା ଉପରେ ଆଲୋକପାତ କରିଥିଲେ। ଏହି ଆସର ରେ ବହୁ ବୁଦ୍ଧିଜୀବୀ ଙ୍କ ସହିତ କଲେଜ ଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *