ରାଜ୍ୟ

ଜଗତସିଂହପୁରରେ ରାଷ୍ଟ୍ରୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ


ଜଗତସିଂହପୁର, :ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଜଗତସିଂହପୁର ପୌର ପରିଷଦ ତରଫରୁ ତା28।08।23 ରିଖ ଠାରୁ ତା31.08.23ରିଖ ପର୍ଯ୍ୟନ୍ତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଗତ ତିନିଦିନ ଧରି ଅନୁଷ୍ଠିତ ହୋଇ ଯାଇଛି।ଏଥିମଧ୍ୟରେ ପୌର ପରିଷଦର 21ଟି ଓ୍ବାର୍ଡ ରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଯାଇଛି।ଆଜି ଅପରାହ୍ନ 4 ଘଟିକା ସମୟରେ ସ୍ଥାନୀୟ ଆଦିକବି ସାରଳାଦାସ ସଂସ୍କୃତି ଭବନ ଠାରେ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା।ଏହି ସଭାରେ ମାନ୍ୟବର ମନ୍ତ୍ରୀ,ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ବିଭାଗ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ଜିଲ୍ଲାର ଉନ୍ନତ ପ୍ରତିଛବି ଉପରେ ଆଲୋକପାତ କରିଥିଲେ।ବିକାଶ ରାସ୍ତାରେ ଅର୍ଥ ବାଧକ ନୁହେଁ ବରଂ ସଚେତନତା ଓ ସହଭାଗିତାର ଆବଶ୍ୟକ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ।ଜିଲ୍ଲାର ଉନ୍ନତ ଚେହେରା ଭାବେ ଏନ ଏଚ 55 ର ସଫଳ ରୂପାୟନ, ସ୍କୁଲ କଲେଜ ଗୁଡିକର ନବୀକରଣ, ମୁକ୍ତା ଯୋଜନାର ଶୁଭାରମ୍ଭ ଇତ୍ୟାଦିର ଉଦାହରଣ ଦେଇଥିଲେ ଏବଂ ଜିଲ୍ଲାର ସମସ୍ତ ଉନ୍ନତି ପାଇଁ ତାଙ୍କ ସାହାଯ୍ଯ ର ପ୍ରତିଶୃତି ଦେଇଥିଲେ।
ମୁଖ୍ଯ ବକ୍ତା ଭାବେ ସରକାରୀ ମୁଖ୍ଯ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 2000 ର ମହାବାତ୍ୟା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ରେ ଜଗତସିଂହପୁର ର ସୁବର୍ଣ୍ଣ ଯୁଗ ର ଦୃଷ୍ଟାନ୍ତ ଦେଇଥିଲେ।ବହୁବିଧ ସମସ୍ୟା ଯେପରି ଶିକ୍ଷା,ସ୍ବାସ୍ଥ୍ୟ,ଡ୍ରେନେଜ,ପିଇବାପାଣି ଆଦିର ସଫଳ ସମାଧାନ ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେଇଛି ବୋଲି କହିଥିଲେ।ଜଗତସିଂହପୁର କୁ ଏକ ମଡେଲ ମ୍ୟୁନିସିପାଲିଟି ରେ ପରିଣତ କରିବାକୁ ଆହ୍ଵାନ ଦେଇଥିଲେ।
ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ବାଳ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ର ସୁପରିଚାଳନାସହ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନସହ ଜିଲ୍ଲାକୁ ପଲିଥିନମୁକ୍ତ କରିବାକୁ ଉପଦେଶ ଦେଇଥିଲେ।ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସାହୁ ମଧ୍ଯ ଜିଲ୍ଲାର ଉନ୍ନତି ପାଇଁ ସମସ୍ତ ସୁବିଧା ସୁଯୋଗ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ କହିଥିଲେ।ଜିଲ୍ଲା ସହରାଞ୍ଚଳ ବିକାଶ ଓ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ସ୍ବାଇଁ ସହରକୁ ପରିଷ୍କାର ପରିଚ୍ଛନ୍ନ, ସଫେଇ ଭାଇମାନଙ୍କୁ ସମ୍ମାନ ଏବଂ ପାରିପାର୍ଶ୍ବିକ ପରିସ୍ଥିତିର ଉନ୍ନତି ଉପରେ ଗୁରୁତ୍ବ ଦେଇଥିଲେ।ଏହି ସଭାରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡଃ ଅଶୋକ କୁମାର କର୍ଣ୍ଣ ସ୍ବାଗତ ଭାଷଣ ଦେବାସହ ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ2011 ରୁ 2023 ମସିହା ମଧ୍ଯରେ 45000 ରୁ ଉର୍ଦ୍ଧ୍ବ ପୌରବାସୀ,ଭେଣ୍ଡିଂ ଜୋନ ସ୍ଥାପନ, ପାଣିଶାଳିଆ ରେ ନୂତନ ଭେଣ୍ଡିଂ ଜୋନ,ମୁକ୍ତା ଯୋଜନାର ପ୍ରକଳ୍ପ, ଶିଶୁ କ୍ରୀଡାର ଉନ୍ନତି,ପାଦଚଲା ରାସ୍ତାର ନବୀକରଣ, ମିଶନ ଶକ୍ତି ଗୃହ, ପରିମଳ ବ୍ୟବସ୍ଥାର ଉନ୍ନତି, ଦେ ଭୋଗ ଠାରେ ମଳ ଉପଚାର କେନ୍ଦ୍ର, 193 ସ୍ବୟଂ ସହାୟକ ଗୋଷ୍ଠୀ,10 ନଂ କେନାଲ ର କଲଭର୍ଟିକରଣ, 5ଟି ଜଳାଶୟ ର ନବୀକରଣ ଇତ୍ୟାଦି ପ୍ରଧାନ। ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ସଭାକାର୍ଯ୍ୟ ପରିଚାଳନା କରିବା ସହ ନିଜ ବକ୍ତବ୍ଯ ରେ ପୌରାଞ୍ଚଳ ବିକାଶ ର ବିଭିନ୍ନ ଦିଗ ଓ ଏଥିସହିତ ଜଡିତ ପାରିଷଦ ମାନଙ୍କ ସହଯୋଗ କୁ ପ୍ରଶଂସା କରିଥିଲେ।ସବୁ ସମସ୍ୟାର ସମାଧାନ ପରେ ବି ବିଦ୍ୟୁତ ଯୋଗାଣ ଓ ସରବରାହ ଦିଗରେ ସେ ମାନ୍ୟବର ମନ୍ତ୍ରୀ, ବିଧାୟକ ତଥା ପ୍ରଶାସନ ର ସାହାଯ୍ଯ ଲୋଡିଥିଲେ।ଏହାପରେ ପୂର୍ବତନ ପାରିଷଦ,ସ୍ବୟଂ ସହାୟକ ଗୋଷ୍ଠୀ,ସ୍ବଚ୍ଛସାଥୀ ସୁପରଭାଇଜର, ସଫେଇ କର୍ମଚାରୀ ତଥା ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି ଦିବସ ଅବସରରେ ଆଜି ପ୍ରାତଃ4.30 ସମୟରେ ପୌରାଞ୍ଚଳ ରେ ରାମଧୁନ ଗାନ କରାଯାଇଥିଲା।ଏହାପରେ ପୌରାଞ୍ଚଳ ରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ପୌର ଅଧ୍ୟକ୍ଷା ଓ ପାରିଷଦ ମାନଙ୍କ ଙ୍କ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା । ପରେ ପରେ 21 ଟି ଓ୍ବାର୍ଡ ରେ କାଉନସିଲର ଓ ଓ୍ବାର୍ଡ ଅଧିକାରୀଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା।ଏହି ମହାନ ଦିବସ ପରିପ୍ରେକ୍ଷୀ ରେ ପୌରାଞ୍ଚଳ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ, ମିଶନ ଶକ୍ତି ଗୃହ ସହ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା 4ଟି କଲ୍ୟାଣ ମଣ୍ଡପ ର ଉଦଘାଟନ , ଶିଶୁ ଆଶ୍ରମ ଓ ସ୍ବତନ୍ତ୍ର ଆଶ୍ରା ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ପୌରାଧ୍ୟକ୍ଷା,ଉପାଧ୍ୟକ୍ଷ, ପାରିଷଦ ଏବଂ ସଫେଇ କର୍ମ ଚାରୀଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ହୋଇଥିଲା।ସଭାରେ ଅନ୍ୟ ମାନଙ୍କ ମଧ୍ଯ ରେ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ର ଅଧିକାରୀ,ସମସ୍ତ ଓ୍ବାର୍ଡ ର ପାରିଷଦ ଏବଂ କର୍ମ କର୍ତ୍ତା, ର୍ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ସଭାକୁ ସାଫଲ୍ଯ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *