ରାଜ୍ୟ

ମାସିକିଆ ଭତ୍ତା ଟଙ୍କା ପଠାଓ ଶୀଘ୍ର, ଭତ୍ତା ବାବୁଙ୍କ ମାମଲା ରଫା ଦଫାରେ ଲାଗିବ

ଭୁବନେଶ୍ୱର : ରାଜଧାନୀରୁ ଫୋନ ଯୋଗେ ଖବର ଆସେ,ସ୍ଥାନୀୟ ଘୋଟାଲା ବିଭାଗର କାଳିଆ ଭାଲୁ ପାଖକୁ ଯେ ଶୀଘ୍ର ମାସିକିଆ ଭତ୍ତା ଟଙ୍କାଟା ପଠାଇଲେ ଯାଇ ଭତ୍ତା ଅଫିସର ରାଜଧାନୀରେ ନିଜର ବହୁ ଠକାମୀ ସବୁକୁ ରଫା ଦଫା କରିବା ନିମନ୍ତେ ଅର୍ଥର ଆବଶ୍ୟକ ବହୁ ପଡିଲାଣି ବୋଲି ବିଭାଗର ଜଣିଏ ବରିଷ୍ଠ ଅଧିକାରୀ ନିଜର ନାମକୁ ଗୁପ୍ତ ରଖି ସୂଚନା ଦିଅନ୍ତି । ତେବେ ସୂଚନା ଯୋଗ୍ୟ ରାଜଧାନୀର ଏହି ମାସିକିଆ ଭତ୍ତା ଅଫିସରଙ୍କ ଅର୍ଥ ଲୋଭରେ ବହୁ ଏକାଧିକ କାରନାମାର ମାମଲା ଏବେ ଯାଇ ବିଚାରାଧୀନରେ ରହି ଶୁଣାଣୀ ସମୟ ନିକଟରେ ଆସୁଥିବା ଭୟରେ ବିଳେ ବିଳାନ୍ତି ଭତ୍ତା ଅଫିସର କିପରି ମାମଲାକୁ ଗଳା ବାଟ ଦେଇ ଦିଗହରା ନିମନ୍ତେ ଚେଷ୍ଟା କରୁଥିବା ବେଳେ ଅର୍ଥ ପ୍ରୟୋଗ କରି ବହୁ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରି , ସ୍ଥାନୀୟ ଘୋଟାଲା ବିଭାଗରୁ ତାଙ୍କର ମାସିକିଆ ପ୍ରାୟ ଏକ ଲକ୍ଷ ପଚାଶ ହଜାର ଉର୍ଦ୍ଧ ଫିକ୍ସ ଥିବା ଅର୍ଥକୁ ରେଗୁଲାର ଯଥା ସମ୍ଭବ ପୁନର୍ବାର ଯେଣେ ତେଣେ କରି ମାଗୁଥିବାର ଖବର ପୁଣି ଚର୍ଚ୍ଚା ଜୋର ଧରିବାର ଶୁଣିବାକୁ ମିଳେ। କାରଣ ଦୀର୍ଘ କେତେକ ବର୍ଷ ବର୍ଷ ଧରି ଘୋଟାଲାକୁ ଖବର ପରେ ଖବର ବ୍ୟାପକ ହୋଇ ଗତ ତିନି ମାସ ହେବ ରାଜଧାନୀର ଏହି ଭତ୍ତା ଅଫିସର ଅଞ୍ଚଳର ଘୋଟାଲା ବିଭାଗକୁ ଆସିପାରୁନଥିବାରୁ ଭାରି କଷ୍ଟ ପାଉଛନ୍ତି ବୋଲି ଜଣେ ତଳିଆ କର୍ମଚାରୀ ଖବର ପାଇ ସବୁ କୁହନ୍ତି ।ତେବେ ଏଠାରେ ଆଉ ଏକ ଦିଗ ପ୍ରତି ଦେଖିଲେ ଯାହା ବୁଝା ପଡେ କି ଯଦି ରାଜଧାନୀରେ ବସି ମାସକୁ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ଉକ୍ତ ଭତ୍ତା ଅଫିସର ଯଦି ନିଅନ୍ତି,ତେବେ ବିଭାଗର ଆଉ ଦୁଇ ମୁଖ୍ୟ ପୁଣି ସେମାନେ କେତେ ମାସକୁ ଘୋଟାଲା କରନ୍ତି ତାସହ ନିକଟ ସହଯୋଗୀ ତଥା ଚାପ ସୃଷ୍ଟି କରି ଅଫିସର ପଣିଆର ନିର୍ଦ୍ଦେଶ ଦେଇ କାର୍ଯ୍ୟ ହାସଲ କରାଉଥିବାଙ୍କ ଭିତିରିଆ କେତେ ହେଉ ଥିବ ? ତେବେ ଅନୁମାନ କରିବାଟା କେତେ ଯେ କଷ୍ଟ ଘୋଟାଲା କେଉଁ ଭାବରେ ଏଠାରେ ଚାଲୁ ରହିଛି ? ଏପରିକି ଦେଖା ଦେଇସାରିଛି ଘୋଟାଲା ଅଫିସର ସ୍ଥାନୀୟ ପ୍ରମୁଖ ବାସିନ୍ଦାଙ୍କୁ ଅଣଦେଖା କରି ସମୟ ଟିକକ ଦେଉନଥିବା ବେଳେ ବାହ୍ୟ ପାର୍ଟିଙ୍କୁ କାହିଁକି ପ୍ରଥମ ସ୍ବାଗତ ଦେଉଛନ୍ତିର କାରଣ ଏବେ ଅଞ୍ଚବାସୀଙ୍କୁ ଜଣା ।

Leave a Reply

Your email address will not be published. Required fields are marked *