ରାଜନୀତି

5 -Tର ଅର୍ଥ ପାଞ୍ଚ ଜଣ ତାମିଲଙ୍କ ଶାସନ: ରମେଶ ରାଉତ


ଭୁବନେଶ୍ୱର:-: ଓଡିଶାରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।
ପାଞ୍ଚଜଣିଆ ତାମିଲ ଗ୍ୟାଙ୍ଗ ଅପାରଗ, ନିଷ୍କ୍ରିୟ, ନିକମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସହାୟତାର ସୁଯୋଗ ନେଇ ଓଡ଼ିଶା ଶାସନ ମାଡ଼ି ବସିଛନ୍ତି ଏବଂ ଆଗାମୀ ୫(ପାଞ୍ଚ) ବର୍ଷ ପାଇଁ ଦଖଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନବୀନ ପଟ୍ଟନାୟକ ଜଣେ ନେତୃତ୍ବହୀନ ବ୍ୟକ୍ତି ବୋଲି ତାଙ୍କର ଭାଇ ( ନବୀନ ଙ୍କ ପିଉସୀ ପୁଅ) ଭାଇ ଅଜିତ ମହାପାତ୍ର କହିଥିଲେ।
୫ ( ପାଞ୍ଚ) ଜଣିଆ ତାମିଲ ଗ୍ୟାଙ୍ଗର ଗ୍ୟାଙ୍ଗ ମୁଖ୍ୟ ସାଜିଛନ୍ତି କନିଷ୍ଠ ଆଇ.ଏ .ଏସ୍ ଅଫିସର ଭିକେ
ପାଣ୍ଡିଆନ। ଭିକେ ପାଣ୍ଡିଆନ ଜଣେ କେନ୍ଦ୍ର ସରକାରୀ ଅଫିସର ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ଭାବେ
କାର୍ଯ୍ୟକରି ଆଉ ୪(ଚାରି) ଜଣ ତାମିଲ ମାନଙ୍କ ସହାୟତାରେ ନବୀନ ପଟ୍ଟନାୟକଙ୍କୁ କରାୟତ କରିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦି ଇଣ୍ଡିଆ ମେଣ୍ଟର ମିଳିତ ଆକ୍ରମଣରେ ଭୟଭୀତ ହୋଇ ତାଙ୍କର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ପଠାଇ ନବୀନ ପଟ୍ଟନାୟକଙ୍କ ପାଖରେ ଶରଣ ପସିଛନ୍ତି। ଯୋ ଡରଗିଆ ଓ ମରଗିଆ। ତେଣୁ ବର୍ତ୍ତମାନ ଓଡ଼ିଶା ଦଖଲ ପାଇଁ ନବୀନ ପଟ୍ଟନାୟକ-
ଭିକେ ପାଣ୍ଡିଆନ ନରେନ୍ଦ୍ର ମୋଦି – ଅମିତ୍ ଶାହା ଙ୍କ ଅସାଧୁ ମେଣ୍ଟ କାର୍ଯ୍ଯ କରୁଛି। ଉଭୟ ବିଜେପି ମେଣ୍ଟ ଏବଂ ଇଣ୍ଡିଆ ମେଣ୍ଟ ସମସ୍ତେ ଲଲିପପ ଦେଖା ରାଜନୀତି କରୁଛନ୍ତି। ଭିକେ ପାଣ୍ଡିଆନ ଜଣେ କେନ୍ଦ୍ର ସରକାରୀ ଅଫିସର ହୋଇଥିବା ବେଳେ ଓଡିଶାରେ ବିଜୁ ଜନତା ଦଳର ସଂଗଠନ କରି ଚାଲିଛନ୍ତି। ସର୍ବ ସାଧାରଣରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ସାଧାରଣ ସଭାରେ ଭାଷଣ ଦେଉଛନ୍ତି, ଏଥିରୁ ଜଣା ପଡୁଛି ନବୀନ ପଟ୍ଟନାୟକ ମୁଷ୍ଟିମେୟ ୫( ପାଞ୍ଚ) ଜଣ ତାମିଲ ଙ୍କୁ ଏକଛତ୍ରବାଦ କ୍ଷମତା ଦେଇ ସରକାରରେ ରହିଛନ୍ତି। ନରେନ୍ଦ୍ର ମୋଦି ଓ ଅମିତ୍ ଶାହା ତାଙ୍କୁ ସହଯୋଗ କରୁଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଅନୁସନ୍ଧାନ କରି ରିପୋର୍ଟ ଦେବା ଆବଶ୍ୟକ।
ଭିକେ ପାଣ୍ଡିଆନ ଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇ ଥିଲେ ମଧ୍ୟ ଏ ପଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ। ସାରା ଓଡ଼ିଶାରେ ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନ ନରେନ୍ଦ୍ର ମୋଦି – ଅମିତ୍ ଶାହା ଙ୍କ
କୁଶପୁତ୍ତଳିକା ଦାହ କରିବା ପାଇଁ ଲୋକମତ ତେଜି ଉଠିଲାଣି ।୨୦୦୦ ମସିହାରୁ ୨୦୨୪ ଯାଏ ନବୀନ ପଟ୍ଟନାୟକ ସରକାରୀ କଳର
ଅପବ୍ୟବହାର କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ଜଳ ଜଳ ଦେଖାଯାଉଛି ।ତେଣୁ ୨୦୦୦ ରୁ ୨୦୨୪ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ବେଆଇନ୍ ବୋଲି ଘୋଷଣା କରାଯାଉ। ଜଣେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମନ୍ତ୍ରିମଣ୍ଡଳର ମୁଖ୍ୟ। ମନ୍ତ୍ରିମଣ୍ଡଳ ଓ ବିଧାନ ସଭା କୁ ଅକାମି କରି ଜଣେ କନିଷ୍ଠ ସରକାରୀ ଅଫିସରକୁ ଅଖଣ୍ଡ କ୍ଷମତା ଦେବାର କ୍ଷମତା ବା ଅଧିକାର ମୁଖ୍ୟମନ୍ତ୍ରୀଙ୍କର ନାହିଁ। ଓଡ଼ିଶାର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ଆଗେଇ ଆସି ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନ – ନରେନ୍ଦ୍ର ମୋଦି ଅମିତ୍ ଶାହାଙ୍କଅସାଧୁ ମେଣ୍ଟକୁ ହଟାଇ ଦେବାକୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ( ଆଇ. ସି. ପି) ସଭାପତି ରମେଶ ଚନ୍ଦ୍ର ରାଉତ ଆହ୍ବାନ ଦେଇଛନ୍ତି। ନବୀନ ପଟ୍ଟନାୟକ ଙ୍କୁ ଇତିହାସ କ୍ଷମା ଦେବନାହିଁ। ନବୀନ ପଟ୍ଟନାୟକ ଓଡ଼ିଶାର କଳାପାହାଡ଼ ବେଳ ର ସର୍ବସାଧାରଣରେ ଆଲୋଚନା ହେଲାଣି

Leave a Reply

Your email address will not be published. Required fields are marked *