ରାଜ୍ୟ

ମିଶନ ଆଦିତ୍ୟର ସଫଳତା ପାଇଁ ସମୁଦ୍ର କୂଳରେ ସୂର୍ଯ୍ୟପୂଜା


ନିମାପଡ଼ା: ସକଳ ଶକ୍ତି ର ଆଧାର,ଆମ ସୌରମଣ୍ଡଳ ର ମୁଖ୍ୟ ସୂର୍ଯ୍ୟ ଙ୍କ
ସମ୍ପର୍କ ରେ ଅଧିକ ତଥ୍ୟ ହାସଲ କରିବାକୁ ଓ ସୂର୍ଯ୍ୟ ଙ୍କ ବିଷୟରେ ଗବେଷଣା କରିବାକୁ ଆଜି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଆରମ୍ଭ ହେଉଛିମିଶନ ଆଦିତ୍ୟ। ଆଦିତ୍ୟ ଏଲ୍ ୱାନ
ଉତକ୍ଷେପଣ କୁ ସାରା ବିଶ୍ଵବାସୀ ଉତ୍କଣ୍ଠା ର ସହ ଚାହିଁ ବସିଥିବାବେଳେ ସୂର୍ଯ୍ୟ ଭଗବାନ ଙ୍କ ଜନ୍ମକ୍ଷେତ୍ର ଅର୍କ କ୍ଷେତ୍ର କୋଣାର୍କ ସମୁଦ୍ରକୂଳରେ ଏହି ମିଶନ ଆଦିତ୍ୟ କିପରି ସଫଳ ହେଉଏହା କାମନା କରି ସାଧୁ ସନ୍ଥ ମାନେ ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା, ଆଳତୀ କରି ପ୍ରାର୍ଥନା କରିଛନ୍ତି। କୋଣାର୍କ ଗାୟତ୍ରୀ ପରିବାର ଓ ଅବଧୂତ ମଠର ସାଧୁ ସନ୍ଥ ମାନେ ଏହି ପୂଜା,ଆଳତୀ କାର୍ଯ୍ୟ କୋଣାର୍କ ନିକଟସ୍ଥ ଚନ୍ଦ୍ରଭାଗା ସମୂଦ୍ର କୂଳରେ କରିଛନ୍ତି।

Leave a Reply

Your email address will not be published. Required fields are marked *