ରାଜ୍ୟ

ପୁରୀରୁ କୋଣାର୍କ ଦେଇ ପାରାଦୀପ ଚାଲିଲା ପ୍ରଥମ ଯାତ୍ରୀ ପରିବହନ ବସ


ନିମାପଡ଼ା : ରାଜ୍ୟ ସରକାର ଙ୍କ ପକ୍ଷରୁ ଲୋକମାନଙ୍କ ଗମନାଗମନ ସୁବିଧା କୁ ଲକ୍ଷ ରଖି ରାଜ୍ୟସରକାର “ମୋ ବସ ସେବା ” ସଫଳତା ର ସହ ଯୋଗାଇ ସମଗ୍ର ରାଜ୍ୟରେ ପ୍ରଶଂସାର ପାତ୍ର ପାଲଟିଥିବା ବେଳେ ଏବେ ବିଭିନ୍ନ ଜିଲ୍ଲାର ମୁଖ୍ୟ ସ୍ଥଳରୁ ରାଜ୍ୟ ପରିବହନ ନିଗମ ପକ୍ଷରୁ ବିଭିନ୍ନ ରୁଟ ରେ ଉନ୍ନତମାନ ର ବସ ସେବା ଯୋଗାଇ ଦେଇଥିବା ଦେଖିବାକୁ ମିଳିଛି । ସେପ୍ଟେମ୍ବର ୧ ତାରିଖ ରୁ ଏକ ବସ ପୁରୀ ରୁ ଅପରାହ୍ନ ୪.୩୦ ରେ ବାହାରି କୋଣାର୍କ ରେ ପହଂଚି ୫.୩୦ ରେ କୋଣାର୍କ ବସ ଷ୍ଟାଣ୍ଡ ରୁ ବାହାରି ଗୋପ ଦେଇ ନିମାପଡା ରେ ପହଁଚିବ। କିଛିସମୟ ସେଠାରେ ରହି ନିମାପଡା ରୁ ବାହାରି ଚାରିଛକ, ନିଆଳି ,ଅଡଶପୁର ଦେଇ ପାରାଦ୍ୱୀପ କୁ ପ୍ରତେକ ଦିନ ରାଜ୍ୟ ପରିବହନ ନିଗମ ର ୪୨ ସିଟି ଥିବା ଏହି ବସ ଚାଲିବ ।ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀ ଙ୍କୁ ନଜରରେ ରଖି ଆହୁରି ବସ ଚାଲିବ ବୋଲି ଜଣାପଡିଛି । ରାଜ୍ୟସରକାର ଙ୍କ ଯାତ୍ରୀ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟବସ୍ଥା କୁ ନେଇ ନିମାପଡ଼ା, ଗୋପ,କୋଣାର୍କ,
ଚାରିଛକ ଅଂଚଳର ବୁଦ୍ଧିଜୀବୀ ମାନେ ଏହାକୁ ସ୍ୱାଗତ କରିବା ସହିତ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *