ରାଜ୍ୟ

ଘୋଟାଲା ବିଭାଗରେ ଏକ ଛତ୍ରବାଦ, ହେଉନି କାର୍ଯ୍ୟ ହସ୍ତାନ୍ତର ଅଦଳ ବଦଳ

ବନେଇକଳା : ବିଭାଗରେ କର୍ମଚାରୀ ସଂଖ୍ୟା ଆଙ୍ଗୁଠିରେ ଗଣତି କଲେ ଅଙ୍ଗୁଳି ବେସୀ କର୍ମଚାରୀ କମ ହେବେ । ତଥାବି ଘୋଟାଲା ନିମନ୍ତେ ଚାଲୁ ରହିଛି ଏକ ଛତ୍ରବାଦର ବ୍ୟବସ୍ଥା । ଘଟଣା କିଛି ଏପରି ଘୋଟାଲା ବିଭାଗରେ ଚର୍ଚ୍ଚା ହେଉଥିବାର ଜାଣିବାକୁ ମିଳେ ଯେ ଦୀର୍ଘ ମାସ ବିତିଲାଣି ତଥାବି ଅଫିସର ସକାଳ ହେଲେ କାର୍ଯ୍ୟାଳୟକୁ ଆସୁଛନ୍ତି ପୁଣି ସନ୍ଧ୍ୟା ହେଲେ ଫେରୁଛନ୍ତି ,ହେଲେ କରନ୍ତି କଣ କିଜାଣି ? ଯେବେ ପଚାରିବ ବ୍ୟସ୍ତ , ହେଲେ କାମ କାଇଁ ? ବିଭାଗରେ ୨ ବର୍ଷ ଅତିକ୍ରମ କରିବ କିନ୍ତୁ ସେହି ପୁରୁଣା ଦାୟିତ୍ବ ପ୍ରଦାନ ହିସାବରେ ଏବେବି କାର୍ଯ୍ୟ ପ୍ରଣାଳୀ ଚାଲୁ ରହିଛି। ତେବେ ଦେଖିବାକୁ ଗଲେ ଜଣକୁ ଯଦି ବିଭାଗର ସମସ୍ତ ବୋଝର ଟୋକେଇ ମୁଣ୍ଡେଇ ଦେଉଥିବା ବେଳେ ଆଉ କାହାକୁ ପୁଣି ପ୍ରମୁଖ ଭାକୁର, ରାବେଡି କାର୍ଯ୍ୟ ଭାର ଦିଆଯାଉଛି । ତଥାବି ଘୋଟାଲା ବିଭାଗରେ କାହିଁକି ଏମିତିକା ବ୍ୟସ୍ତିଆ ଜଣିଏ ଅଫିସର ? ସ୍ଥାନୀୟ ଘୋଟାଲା ବ୍ୟସ୍ତିଆ ଅଫିସର ଆଗକୁ ଟିକିଏ ନିଜର ପ୍ରତ୍ୟେକ ମାସିକ ବେତନ ଗ୍ରହଣ କରୁଥିବା ହିସାବକୁ ଦୃଷ୍ଟିରେ ରଖି କାର୍ଯ୍ୟ ମଧ୍ୟ ହିସାବ ମୁତାବକ ତୁଲାଇଲେ ଖୁବ୍ ଭଲ ହେବ ବୋଲି ମତ ପ୍ରକାଶ ପାଏ।

Leave a Reply

Your email address will not be published. Required fields are marked *