ମୁଖ୍ୟ ଖବର

ଏଏପି କାର୍ଯ୍ୟାଳୟରେ ପହଞ୍ଚିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ, : ଦିଲ୍ଲୀ ପୋଲିସ ସୋମବାର ଆମ ଆଦମୀ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛି। ଏହାକୁ ନେଇ କର୍ମକର୍ତ୍ତାମାନେ କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଛନ୍ତି। ଏହି ସମୟରେ ଏଏପିର କର୍ମକର୍ତ୍ତା ଆଦିଲ ଖାନ୍‌ ଦିଲ୍ଲୀ ପୋଲିସକୁ ବିରୋଧ କରି ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ଦିଲ୍ଲୀ ପୋଲିସ କ’ଣ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଲଗାଇଛି। ପୋଲିସ କିପରି ଏଏପି କାର୍ଯ୍ୟାଳୟକୁ ପ୍ରବେଶ କରିପାରିବ। ଭାଜପା କର୍ମକର୍ତ୍ତାଙ୍କ ଭଳି ପୋଲିସ କାର୍ଯ୍ୟ କରିବା ବନ୍ଦ କରୁ। ଏହା କି ପ୍ରକାରର ଦାଦାଗିରି ବୋଲି ଆଦିଲ କହିଛନ୍ତି। କାର୍ଯାଳୟ ବାହାରେ ସୌରଭ ଭରଦ୍ୱାଜ, ଆତିଶି, ଆଦିଲ ଖାନ୍‌ଙ୍କ ସମେତ ବହୁ ସଂଖ୍ୟକ ଏଏପି କର୍ମକର୍ତ୍ତା ଦିଲ୍ଲୀ ପୋଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ସେଠାରେ ଚାପା ଉତ୍ତେଜନା ଲାଗିରହିଛି। ସୂଚନାଯୋଗ୍ୟ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମଦ ଦୁର୍ନିତି ମାମଲାରେ ରବିବାର ପୋଲିସ ଗିରଫ କରିଛି। ଯାହାକୁ ନେଇ ଏଏପି ରାଜରାସ୍ତାକୁ ଓହ୍ଲାଇବା ସହ ହଙ୍ଗାମା କରିଛି

Leave a Reply

Your email address will not be published. Required fields are marked *