ବାଣିଜ୍ୟ

ଅଶୋଧିତ ତୈଳ ଉପରେ ଟିକସ ହ୍ରାସ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, : ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଲଗାଯାଇଥିବା ଟିକସକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। କିନ୍ତୁ ଡିଜେଲ ଓ ଏଟିଏଫ (ବିମାନ ଇନ୍ଧନ) ରପ୍ତାନି ଉପରେ ଥିବା ଟିକସକୁ ବୃଦ୍ଧି କରିଛନ୍ତି। ଏହି ସୂଚନା ଏକ ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସ୍ବତନ୍ତ୍ର ଅତିରିକ୍ତ ଏକ୍ସାଇଜ ଡ୍ୟୁଟି ଆକାରରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଲାଗୁ ହୋଇଥିବା ଟିକସ ଟନ ପିଛା ୬,୭୦୦ ଟଙ୍କାକୁ ହ୍ରାସ କରାଯାଇଛି। ଯାହା ପୂର୍ବରୁ ଟନ ପିଛା ୭୧୦୦ଟଙ୍କା ଥିଲା।

ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନି ଉପରେ ଏକ୍ସାଇଜ ଡ୍ୟୁଟି ବଢାଯାଇ ଲିଟର ପିଛା ୬ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ପୂର୍ବରୁ ଲିଟର ପିଛା ୫.୫୦ ଟଙ୍କା ଥିଲା। ଏଥିସହିତ ବିମାନ ଇନ୍ଧନ ଉପରେ ଏକ୍ସାଇଜ ଡ୍ୟୁଟି ଲିଟର ପିଛା ୨ ରୁ ୨ ଲିଟରକୁ ବୃଦ୍ଧି କରାଯାଇଛି। େସେପ୍ଟେମ୍ବର ୨ରେ ଜାରି ବିଜ୍ଞପ୍ତି ଅନୁଯାୟୀ ନୂତନ ଟିକସ ହାର ଶନିବାର ଠାରୁ ଲାଗୁ ହୋଇଛି।

Leave a Reply

Your email address will not be published. Required fields are marked *