ଅପରାଧ

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,: କେନ୍ଦୁଝର ସ୍ବତନ୍ତ୍ର ଅତିରିକ୍ତ ଜିଲାଜଜ୍‌ (ପୋକ୍ସୋ) ଶୁଭଶ୍ରୀ ତ୍ରିପାଠୀ ଶନିବାର ଜଣେ ୧୦ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର ମାମଲାରେ ଶୁଣାଣି କରି ପ୍ରତାପ ପୃଷ୍ଟି ନାମକ ଜଣେ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ମୋଟ୍‌ ୨୦ ହଜାର ଟଙ୍କା ଜରିମାନା ଆଦାୟ ଆଦେଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବର ୩ରେ ବଲାଣୀ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଉକ୍ତ ୧୦ ବର୍ଷର ଶିଶୁକନ୍ୟା ଜଳଖିଆ ଆଣିବାକୁ ବଜାରକୁ ଯାଇଥିବା ବେଳେ ପ୍ରତାପ ଶିଶୁକନ୍ୟାଙ୍କୁ ପ୍ରଲୋଭିତ କରି ପାଖ ଏକ କ୍ୟାମ୍ପକୁ ଅପହରଣ କରିନେଇଥିଲେ। ସେଠାରେ ତାଙ୍କୁ ମାର୍‌ପିଟ୍‌ କରି ଅସଦାଚରଣ କରିବା ସହ ପ୍ରାଇଭେଟ୍‌ ପାର୍ଟକୁ ଆଘାତ ଦେଇଥିଲେ। ଏ ନେଇ ସେ ଘରକୁ ଫେରିବା ପରେ ନାବାଳିକାଙ୍କ ମା’ ବଲାଣୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପ୍ରତାପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି କୋର୍ଟ ଆଜି ତାଙ୍କୁ ସଶ୍ରମ ୨୦ ବର୍ଷ କାରାଦଣ୍ଡାଦେଶ ସହିତ ୨୩ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତଙ୍କୁ ଅଧିକ ୧୫ ମାସ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଥିବା ସତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ପୀଡ଼ିତାଙ୍କୁ ୭.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ଆଦେଶ କରିଛନ୍ତି।

Leave a Reply

Your email address will not be published. Required fields are marked *