ରାଜ୍ୟ

କାନ୍ଥ ଭାଙ୍ଗିଲ, ଗ୍ରୀଲ ଉପାଡ଼ିଲ, ମରାମତି କଲେ ମହିଳା କର୍ମଚାରୀ

ଚମ୍ପୁଆ : ଲୋଭରେ ଆଶକ୍ତି ହୋଇ ନିକଟ ଜିଲ୍ଲାର ବିଭାଗରେ ମିଳିଥିବା ଘରର ଏକ ଗ୍ରୀଲ୍ ଏବଂ କାନ୍ଥ ଭାଙ୍ଗି କବାଟକୁ ଶେଷରେ ଛାଡ଼ିବାକୁ ନାରାଜ ଜୁନିଅର ଭତ୍ତା ମାଡ଼ମ ବୋଲି ଖବର ଏବେ ବ୍ୟାପକ ହୁଏ । ଘଟଣା କିଛି ଏପରି ମହିଳା କର୍ମଚାରୀ ଜଣକ ଯେବେ ନିକଟ ଜିଲ୍ଲାରେ କାର୍ଯ୍ୟରତ ଥିଲେ ସେତେବେଳେ ତାଙ୍କୁ ବିଭାଗ ପକ୍ଷରୁ ଏକ ରହିବା ନିମନ୍ତେ ଘର ମିଳିଥିଲା । କିନ୍ତୁ ଯେବେ ତାଙ୍କୁ ବଦଳି ହୁଏ ସେଠାକାର ଘରର ଏକ ଲୁହାର ଗ୍ରୀଲକୁ କଢ଼ିବାରେ ସକ୍ଷମ ହୋଇଥିଲେ ହେଁ କବାଟକୁ କଢିବାରେ ସକ୍ଷମ ହୋଇନଥିଲେ ତେଣୁ ଉକ୍ତ କାନ୍ଥ ଭାଙ୍ଗି କବାଟକୁ ଯେତେ ଚେଷ୍ଟା କରିଲେ ମଧ୍ୟ କବାଟ ନବାହାରିବାରୁ ଯେଣେ ତେଣେ କରି ଭଙ୍ଗା କାନ୍ଥକୁ ଛାଡି ନୂତନ ଘୋଟାଲା ବିଭାଗକୁ ଚାଲି ଆସିଲେଥିଲେ । ହେଲେ କଥାଟା ଯେବେ ପ୍ରଘଟ ହୋଇ ଅଫିସର ନିକଟରେ ପହଞ୍ଚିବାରୁ ସେତେବେଳର ଅଫିସରଙ୍କ ପଦକ୍ଷେପ ଦ୍ବାରା ମହିଳା କର୍ମଚାରୀ ଜଣକ ପୁନର୍ବାର ସେହି ଜିଲ୍ଲାକୁ ଯାଇ ପୁଣି ଏକ ଫାଳ ନୂତନ ଗ୍ରୀଲ ବନାଇ ସେହି ସ୍ଥାନରେ ଲଗାଇବା ସହ ଭଙ୍ଗା କାନ୍ଥକୁ ସମ୍ପୂର୍ଣ୍ଣ ମରାମତି କରିଥିବାର ଘଟଣା ଏବେ ସାଧାରଣରେ ଆଲୋଚନା ଜୋର୍ ହେଉଥିବାର ଶୁଣିବାକୁ ମିଳେ । ତେବେ ସାବଧାନ ବର୍ତ୍ତମାନ ସ୍ଥାନୀୟ ଘୋଟାଲା ବିଭାଗର ଦାୟିତ୍ବବାନ ଅଧିକାରୀ କଡା ନଜର ରଖିବା ସହ ଯେବେ ଏଠାରୁ ଉକ୍ତ ମହିଳା କର୍ମଚାରୀ ବଦଳି ହୋଇ ଘର ଛାଡି ଯିବେ ଟିକିଏ ଅଧିକ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ନଚେତ ଗ୍ରୀଲ୍,କବାଟ ପ୍ରତି ପୁଣି ବିପଦ ଆସିପାରେ ବୋଲି ବୁଦ୍ଧିଯିବି ମହଲରେ ଆଲୋଚନା ହୁଏ ।

Leave a Reply

Your email address will not be published. Required fields are marked *