ରାଜ୍ୟ

କେଉଁ ସ୍ବାର୍ଥରେ କମ୍ପାନୀ ବୋଲେରୋ ଦେଉଛି , ବିଭାଗୀୟ ଅଫିସରଙ୍କୁ ଯିବାକୁ ରାଜଧାନୀ

ବଡ଼ବିଲ : ଖଣି ଅଞ୍ଚଳର ଆଉ ଦୁଇଗୋଟି କ୍ଷମତାପୂର୍ଣ୍ଣ ବିଭାଗ ଯାହାର ପ୍ରଥମ ସ୍ଥରରୁ ଗୁଣ ବଖଣିବା ଆରମ୍ଭ କଲେ କେବେ ସରିବ ତାହା କହିବା କଷ୍ଟ ,କାରଣ ବିଭାଗଦୟର ପ୍ରାୟ ସଭିଏ ଏତେ କ୍ଷମତା ଶୀଳ ଯାହା କାହାକୁ ଆଉ ଅଛପା ହୋଇନାହିଁ। ତେବେ ଦେଖିବାକୁ ଗଲେ ଅଫିସରଗଣଙ୍କ କ୍ଷମତା ଯାହା ସେଥିରେ ବିଭାଗ ଏବଂ ଅଞ୍ଚଳ ତଥା ଅଞ୍ଚବାସୀଙ୍କ ପ୍ରଗତିରେ କାର୍ଯ୍ୟ ହେବା କଥା କିନ୍ତୁ ଏଠାରେ ଏନେକ ସବୁ ଭିନ୍ନ । ସ୍ଥାନୀୟ ଦୁଇ ମଣ୍ଡଳର ବିଭାଗରେ ଅନେକ ଅଫିସର ନିଯୋଗ ହେଲେ,ସବୁ ନିଜ ନିଜର କ୍ଷମତା ବଳରେ ବଳବାନ ନିଜ କାର୍ଯ୍ୟ ସାଧନ ନିମନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଥିବାର ଏବେ ଶୁଣିବାକୁ ମିଳେ। ଖଣି ଅଞ୍ଚଳର ଗରିବଙ୍କ ଦୁଃଖ କାହାକୁ ଅଛପା ହୋଇନଥିବା ବେଳେ ଅଭାବ କିନ୍ତୁ ବହୁ ଅଫିସରଙ୍କ ପାଖ ସ୍ପର୍ଶ କରେନାହିଁ। ତେବେ ପୂର୍ବ ଅପେକ୍ଷା ବର୍ତ୍ତମାନ କ୍ଷମତା ବଢିବାରେ ଏପରି ଲାଗିଛି ଯେ ବାବୁ ମାନେ ଯେବେ ପ୍ରତ୍ୟେକ ଶୁକ୍ରବାର କିମ୍ବା ଶନିବାର ପ୍ରାୟତ ଯିବାକୁ ହୁଏ କଟକ ଏବଂ ଭୁବନେଶ୍ବର , ନିଜ ନିଜ ଅଧୀନରେ ଥିବା କମ୍ପାନୀ ଯୋଗାଉଛି ବୋଲେରୋ ଗାଡ଼ି ତଥା ତାଠାରୁ ଦାମୀ ଗାଡ଼ି ପ୍ରଦାନ କରିବା ହୋଇଥାଏ କାହିଁକି ? ଏଠୁ ତେବେ ଅନେକ ଘଟଣା ପ୍ରଘଟ ହୁଏ ଯେ ଉକ୍ତ ଅଫିସର ନିଜ ନିଜ କ୍ଷମତା ବଳରେ କେଉଁ ଆକାରରେ ଆବଶ୍ୟକ ପୂରଣ କରିବାରେ ଲାଗି ପଡିଥିବେ ? ହେଲେ ଏଠି ଗୋଟିଏ ପୁଣି ପ୍ରଶ୍ନ ଉଠେ ଯାହାକି ଉକ୍ତ କମ୍ପାନୀ ମାନେ ମଧ୍ୟ କେଉଁ ଉଦ୍ଧେଶ ରଖି ବିଭିନ୍ନ ସହଯୋଗରେ ଆଗେଇ ଆସିଥାନ୍ତି ରାତି ଅଧିଆ ସାହାଯ୍ୟ କରିବାକୁ ? କାଇଁ ଗରିବଙ୍କ ପାଇଁ ଗୋଟିଏ ସାହାଯ୍ୟ ଯଦି କେବେ ଅକାଳେ କେଉଁ ଗୋଟିଏ ଦିନ ଯଦି କେହି ଗୁହାରୀ କରେ ତେବେ ଉକ୍ତ କମ୍ପନୀ ଏବଂ ଅଫିସରଙ୍କ ପାଖକୁ ଦଉଡି ଦଉଡ଼ି ହାଲିଆ ହୁଅନ୍ତି ବହୁ ବୁଦ୍ଧିଯୀବି ହେଲେ କାର୍ଯ୍ୟ ସାଧନ ହେବାରେ ଭାରି କଷ୍ଟ। ଆଗାମୀ ଦିନରେ ଉକ୍ତ କମ୍ପାନୀଙ୍କ ତାଲିକା ସହ ପଦବୀର ଅପବ୍ୟବହାର କରି ନାନାଦି କାର୍ଯ୍ୟ ହାସଲ କରୁଥିବା ଅଫିସରଙ୍କ କାରନାମା ସବୁ ପର୍ଦ୍ଧାଫାସ ହେବା ଥୟ ବୋଲି ସାଧାରଣରେ ଦାବୀ ଆରମ୍ଭ ହେଉଥିବାର ଜାଣିବାକୁ ମିଳେ।

Leave a Reply

Your email address will not be published. Required fields are marked *