ଦେଶ- ବିଦେଶ

ହରିୟାଣାର ପ୍ରତିଟି ବୁଥରେ ୧୦ ଜଣିଆ କମିଟି ଗଠନ କରିବ ଏଏପି

ନୂଆଦିଲ୍ଲୀ,: ହରିୟାଣାରେ ସଂଗଠନର ସମ୍ପ୍ରସାରଣ ପରେ ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ପ୍ରାୟ ୪୦୦୦ କର୍ମୀଙ୍କୁ ଶପଥ ଦେବା ଲାଗି ଭିଓ୍ବାନୀରେ ପହଞ୍ଚିଥିଲେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ତାଙ୍କ ସହ ନଜର ଆସିଥିଲେ।
ଶପଥ ଗ୍ରହଣ ପୂର୍ବରୁ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଠାକାର ଲୋକମାନେ ବର୍ତ୍ତମାନର ସରକାରଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ବର୍ତ୍ତମାନ ସେମାନେ ହରିୟାଣାରେ ପରିବର୍ତ୍ତନ ଚାହୁଁଛନ୍ତ। ଲୋକମାନେ ଦିଲ୍ଲୀ-ପଞ୍ଜାବ ଆଡକୁ ଚାହିଁ ରହିଛନ୍ତି ଯେ ସେଠାରେ ଏତେ ଭଲ ପରିବେଶ ବିକଶିତ ହୋଇଛି। ଏପରି ଏକ ଭଲ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଜନତା ପରିବର୍ତ୍ତନ ଚାହୁଁଛନ୍ତି। ଆଜି ସର୍କଲ ସ୍ତର ପର୍ଯ୍ୟନ୍ତ କର୍ମୀଙ୍କ ଶପଥ ଗ୍ରହଣ ସମାରୋହ। ପରବର୍ତ୍ତୀ ଦେଢ ମାସରେ ଅର୍ଥାତ୍‌ ଅକ୍ଟୋବର ୧୫ ସୁଦ୍ଧା ହରିୟାଣାର ପ୍ରତ୍ୟେକ ବୁଥରେ ୧୦-୧୦ ଜଣିଆ ବୁଥ କମିଟି ଗଠନ କରାଯିବ।

Leave a Reply

Your email address will not be published. Required fields are marked *