ରାଜ୍ୟ

ରାମେଶ୍ୱର ଦେବଙ୍କ ପୀଠରେ ୭୦ ସଂକୀର୍ତ୍ତନ ମଣ୍ଡଳୀ

ବାଲୁଗାଁ,:-ରବିବାର ପୂର୍ବାହ୍ନରେ ଚିଲିକା ବ୍ଲକ ଅଠରବାଟିଆ ପଞ୍ଚୟତ ଅନ୍ତର୍ଗତ ରାମେଶ୍ୱର ଦେବଙ୍କ ପୀଠରେ ଏକ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଚିଲିକା ଓ ବାଣପୁର ବ୍ଲକ ଅନ୍ତର୍ଗତ ୭୦ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିବା ବେଳେ ୫ନଂ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାତ କୁମାର ସୁନ୍ଦରାୟ,ବଡ଼କୁଳ ସରପଞ୍ଚ ପ୍ରହଲ୍ଲାଦ ବେହେରା,ଅଠରବାଟିଆ ସରପଞ୍ଚ ଦୀପକ ଜେନା,ଡୁଙ୍ଗମାଳ ସରପଞ୍ଚ ଗଣେଶ ସ୍ୱାଇଁ,ନିମିଖେତା ସରପଞ୍ଚ ବିଶ୍ୱ ରଞ୍ଜନ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁ ଧର୍ମ ତଥା ପରମ୍ପରା ସଂସ୍କୃତି ନିମିତ୍ତ ବ୍ଲକରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀଗଣ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ମନ୍ଦିର କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ବଜାୟ ରଖିଥିବା ବେଳେ ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ ତଥା ଶ୍ରୋତା ମଣ୍ଡଳୀଙ୍କ ନିମିତ୍ତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *