ରାଜନୀତି

ବିଜେଡିର ସାଙ୍ଗଠନିକ ବୈଠକ

ନିମାପଡା: ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ର ବିଜେଡ଼ି ପକ୍ଷରୁ ଏକ ସାଙ୍ଗଠନିକ ବୈଠକଅବଦାନ ପଞ୍ଚାୟତ ରେ ବିଜୁଜନତା ଦଳର ବ୍ଲକ ସଭାପତି ପ୍ରାଣନାଥ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକ ସ୍ଥାନୀୟ ବିଧାୟକ ତଥା ଗୃହରାଷ୍ଟ୍ର ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସଭାପତି ଙ୍କ ଉପସ୍ଥିତି ରେ ଶତାଧିକ ବିଜେଡି କର୍ମୀ,ମହିଳା ଯୋଗଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଶାସନ,ଲୋକାଭିମୁଖୀ କାର୍ଯ୍ୟ ଏବଂ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା।
ଦଳ କୁ କିପରି ତୃଣମୂଳ ସ୍ତରରୁ ମଜଭୁତ କରାଯାଇପାରିବ ସେ ସମ୍ପର୍କରେ ମନ୍ତ୍ରୀ ଓ ଉପାଧ୍ୟକ୍ଷ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *