ରାଜ୍ୟ

ବିଭାଗର ଅନେକ ପାଇଲେଣି ପାହ୍ୟା ପରେ ପାହ୍ୟା ହେଲେ କାଳିଆ ହାତୀ ସେଠି ବସିଛନ୍ତି,

କୋଇଡା : ଖଣି ଅଞ୍ଚଳ ଛାଡି ଯିବାକୁ ନାରାଜ ବିଭାଗର ଜଣେ ବହୁ ପ୍ରଖ୍ୟାତ ପୁରୁଣା ଖିଲାଡ଼ି । ଖବର ଯାହା ଏପରି ଶୁଣିବାକୁ ମିଳେ ଦୁଇ ଗୋଟି ମଣ୍ଡଳରେ ଯେଣେ ତେଣେ କରି ରହି ଯିବି ପଛେ କିନ୍ତୁ ଖଣି ଅଞ୍ଚଳ ଛାଡି ଯିବେନି କାଳିଆ ହାତୀ । ତେବେ ଦେଖିବାକୁ ଗଲେ ବହୁ ବର୍ଷ ଧରି ଖଣି ଅଳରେ ରହି ପ୍ରମୁଖ କର୍ମଚାରୀ ଜଣକ ନିଜର କୁଚକ୍ରି ତଥା ଖଳ ପାକୃତି ଚଳାଇ ଅଫିସରଙ୍କ ପାଖ ଲୋକ ହୋଇ ନିଜର କାର୍ଯ୍ୟ ସାଧନ କରିବା ଏକ ପ୍ରକାର ଲକ୍ଷ ରଖି ସାକାର କରିଥାଆନ୍ତି । ଗତ କିଛି ବର୍ଷ ତଳେ ନିଜର କେତକ ଅନୀତି କାର୍ଯ୍ୟ ଯୋଗୁଁ ବାବୁ ଜଣକ କେତକ ମାମଲାରେ ମଧ୍ୟ ଛନ୍ଦି ହୋଇ ଏବେ ଯାଏ ଫସି ରହିବା ଯୋଗୁ ନିଜ ଠାରୁ ସାତ ସାନ ତଳ କର୍ମଚାରୀ ପାହ୍ୟା ପରେ ପାହ୍ୟା ପାଇ ଅଫିସର ବନି ସାରିଥିବା ବେଳେ କାଳିଆ ହାତୀ କିନ୍ତୁ ଯେଉଁଠିକୁ ସେଠି ବସି ରହିଥିବାର ଏବେବି ଦେଖିବାକୁ ମିଳେ । ତେବେ ସୂଚନା ମୁତାବକ ବାବୁ ଜଣକ ସ୍ଥାନୀୟ ମଣ୍ଡଳର ଅନୀତି ରୋଜଗାର ହିସାବ ନିକଟ ଜିଲ୍ଲାରେ ଥିବା ସମୟରେ ସାର୍ବଜନୀନ ହେଇ ମାମଲା ଚାଲୁ ରହିଥିବା ବେଳେ ପୁଣି ସୁଧୁରିବା ପରିବର୍ତ୍ତେ ଦୁଇଟି ମଣ୍ଡଳ ମଧ୍ୟରୁ ଗୋଟିଏର ଏକ ବିଭାଗର ପ୍ରମୁଖ ସ୍ଥାନରେ ରହି ଅଫିସରଙ୍କ ପାଖ ଲୋକ ବନିବକୁ ଚେଷ୍ଟା ଚଳାଇଥିବାର ଚର୍ଚ୍ଚା ଶୁଣିବାକୁ ମିଳେ। ହେଲେ ନିଜର କେତକ କାର୍ଯ୍ୟକଳାପ ନିମନ୍ତେ ପାହ୍ୟା ହାସଲ କରିବା ଦୂର କଥା ଏକ ପ୍ରକାର ଦୁର୍ଲଭ ପାଲଟିଛି କାଳିଆ ହାତୀଙ୍କ ନିମନ୍ତେ । ତଥାବି ମାଡ଼ି ଜାକି ରହିଛନ୍ତି ଯେପରି ଅଞ୍ଚଳ ଛାଡି ଯିବେନି।

Leave a Reply

Your email address will not be published. Required fields are marked *