ରାଜ୍ୟ

ଚାପରେ ବିଳେ ବିଳାନ୍ତି ରାଜଧାନୀ ଭତ୍ତା ଅଫିସର, ନିଦ ନାହିଁ ନିଦ ବାଟିକା ବିନା

ଚମ୍ପୁଆ : ନିଜର ଦୀର୍ଘ ଦିନର ଘୋଟାଲା ଆଜି ନିଜ ପାଇଁ କାଳ ସାଜିଛି । ଘଟଣା କିଛି ଏପରି ଯାହା ଘୋଟାଲାର ମୁଖ୍ୟ ମାଷ୍ଟରମାଇଣ୍ଡ ଏବେ ସବୁ ଦିଗରୁ ଫସି ଯିବା ହେତୁ ଆଉ ନିଦ,ଭୋକ ସବୁ ଉଡ଼ିବାରେ ଲାଗିଛି । ନିଦ ପାଇଁ ନିଦ ବାଟିକା ଏବେ ଏକ ମାତ୍ର ସାହାରା ପାଲଟିଥିବାର କୁହନ୍ତି ବିଭାଗର ଜଣେ ଅବସରପ୍ରାପ୍ତ ଉଚ୍ଚପଦସ୍ଥ ଅଧିକାରୀ । ତଥାବି ବହୁ ଚେଷ୍ଟା ଚଳାନ୍ତି ମାସିକିଆ ଭତ୍ତା ଅଫିସର କିପରି ଗଳା ବାଟ ଦେଇ ମୁକୁଳିବେ ? ନିଜର ଅଫିସର ପଣୀଆ ତଥା ଅର୍ଥ ବଳର ଅପବ୍ୟବହାର କରି,କେତେକଙ୍କୁ ମୋହ୍ରା ବନାଇ ଚାପ ଦେଇ ଘୋଟାଲା ଖବର ବ୍ୟାପକ ନହେବାକୁ ଲାଗିପଡିଛନ୍ତି ଭତ୍ତା ବାବୁ । ସେପଟେ ପୁଣି ଦିନ ସରି ସରି ଆସୁଛି ଯେ ପୁଣି କଣ ହେବ ମାମଲାର ଶୁଣାଣୀ ? ଏମିତିକି ନିଜ ଘୋଟାଲା କାରନାମାର ମଗା ଯାଉଥିବା ରିପୋର୍ଟ ନଦେଇ, ଟାଳ ଟୁଳ କରି ଦିଗହରା ନିମନ୍ତେ ଉଦ୍ୟମ ଜୋର୍ ସୋର ଚଳାଇଥିଲେ ମଧ୍ୟ ଏବେ ସବୁଆଡୁ ଫସି ଘୋଟାଲା ସାମ୍ରାଜ୍ୟ ଲାଗେ ଯେପରି ବିଲୁପ୍ତ ହେବ , କିନ୍ତୁ ଏହା ମଧ୍ୟ ଏତେ ସହଜ ନୁହଁ ଯେ ଅସାଧୁ ଟିମ ଚୁପ ବସିଯିବେ କିନ୍ତୁ ଭୁଲିଯାଓନି ଯେତେ ଷଡ଼ଯନ୍ତ୍ର, ଘୋଟାଲା , ହେରଫେର ତଥା କାର୍ଷଦିର ଉଚିତ ଜବାବ ଦେବାର ସମ୍ପୂର୍ଣ୍ଣ କ୍ଷମତା ଭରି ରହିଛି ନିକଟରେ । ତେବେ ଦେଖିବାକୁ ଗଲେ ଚଳିତ ମାସରେ ବହୁ କିଛି ଘୋଟାଲାର ଗୁମର ଫିଟିବାର ସଂମ୍ଭବନା ଥିବାର ସୂତ୍ରରୁ ଜଣାପଡ଼େ ।

Leave a Reply

Your email address will not be published. Required fields are marked *