ରାଜ୍ୟ

ରାଜ୍ୟ ଓ କେନ୍ଦ୍ରକୁ ତୀବ୍ର ସମାଲୋଚନା କଲେ ବିଧାୟକ ସୁର

ଘସିପୁରା,: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଜଟଣି ବିଧାୟକ ସୁର ରାଉତରାୟ ଯୋଗ ଦେଇଥିଲେ। ତାଙ୍କୁ ଦେଖିବା ଏବଂ ତାଙ୍କ ଅଭିଭାଷଣ ଶୁଣିବାକୁ କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ବିଧାୟକ ରାଉତରାୟ ଦୁର୍ନୀତି ମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ବାନ ଦେବା ସହିତ ବର୍ତ୍ତମାନର ଜିଲାପାଳଙ୍କ ଜିଲାରେ ୬ ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକାଳକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ଏପରିକି ଜିଲାର ବିକାଶରେ ଜିଲାପାଳ ମୁଖ୍ୟ ପ୍ରତିବନ୍ଧକ ବୋଲି କହିଥିଲେ। ଜିଲା କଂଗ୍ରେସ ସଭାପତି ଆଇନଜୀବୀ ମୋହନ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ବିକ୍ଷୋଭ ସଭାରେ ଆନନ୍ଦପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଯୁବ କଂଗ୍ରେସ ନେତା ମନୋଜ ଜେନା, ରାଜ୍ୟ କଂଗ୍ରେସ ସମ୍ପାଦକ ଆଲୋକ ମିଶ୍ର, ଜିଲା କଂଗ୍ରେସ ସମ୍ପାଦକ ହାଡିବନ୍ଧୁ ଖୁଣ୍ଟିଆ, ବରିଷ୍ଠ କଂଗ୍ରେସ ନେତା ନିକୁଞ୍ଜ ବିହାରୀ ମିଶ୍ର ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏକତ୍ରୀତ ହୋଇ କେନ୍ଦ୍ରରେ ୯ ବର୍ଷର ଭାଜପା ସରକାର ଓ ରାଜ୍ୟରେ ୨୪ ବର୍ଷର ବିଜେଡ଼ି ସରକାର ସମୟରେ ଦରଦାମରେ ଅହେତୁକ ବୃଦ୍ଧି, ଅରାଜକତା, ନାରୀ ନିର୍ଯାତନା, ପ୍ରଭାବିତ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ଦୃଢ଼ ପ୍ରତିବାଦ କରିଥିଲେ। ପରେ କଂଗ୍ରେର ଏକ ପ୍ରତିନିଧି ଦଳ ଆନନ୍ଦପୁର ବ୍ଲକ ବିଡିଓଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *