ରାଜନୀତି

ନବୀନ ନିବାସରେ ବିଜେଡିର ବୈଠକ

ଭୁ‌ବନେଶ୍ବର: ନବୀନ ନିବାସରେ ସୋମବାର ବିଜେଡିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ‌ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ଅଧିକ ଶାଣିତ କରିବାକୁ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ବୈଠକ ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ସାଙ୍ଗଠନିକ ପ୍ରକ୍ରିୟାକୁ ଆହୁରି ଅଧିକ ଶାଣିତ କରିବାକୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ଦଳର ଛାମୁଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସାଂଗଠନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି । ଦଳର କାର୍ଯ୍ୟକ୍ରମ କେମିତି ଆଗକୁ ନିଆଯିବ। କେମିତି ତାକୁ ଆହୁରି ଶାଣିତ କରାଯିବ ସେ ନେଇ ଆଲୋଚନା ହୋଇଛି। ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମର ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି। କିଛି ଫିଡବ୍ୟାକ ବି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ପର୍ଯ୍ୟବେକ୍ଷକ ବୈଠକ ପ୍ରତି ଦୁଇ ମାସରେ ହୁଏ। ସମସ୍ତ କାର୍ଯ୍ୟକ୍ରମର ରୂପରେଖ ନିର୍ଧାରଣ କରିବେ ମୁଖ୍ୟମନ୍ତ୍ରୀ। ବୈଠକରେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *