ରାଜ୍ୟ

ରାଜଧାନୀକୁ ମାସିକିଆ ଭତ୍ତା ଧରି ଆସିଲେ ଚିଠି ଅଫିସର

ବଡ଼ବିଲ : ଶେଷରେ ମାସିକିଆ ଭତ୍ତା ଟଙ୍କା ଆସି ପହଞ୍ଚିଲା ରାଜଧାନୀ ଚିତା କଟା ଭତ୍ତା ଅଫିସରଙ୍କ ନିକଟରେ ଗତ ରବିବାର ଦିନ ବୋଲି ସ୍ଥାନୀୟ ବିଭାଗରେ ଖୁବ ଚର୍ଚ୍ଚା। ତେବେ ନିଜର ଦୀର୍ଘ ଦିନର ବହୁ ଘୋଟାଲା କାରନାମା ଖବର ବ୍ୟାପକ ହେବାରୁ ସ୍ଥାନୀୟ ଘୋଟାଲା ବିଭାଗକୁ ଗତ ତିନି ମାସ ଆସି ଗେଷ୍ଟ ହାଉସରେ ରହଣି ଦୂର କଥା ଆସିବା ଏକ ପ୍ରକାର ମଧ୍ୟ କଷ୍ଟ ହୋଇପଡିଛି ମାସିକିଆ ଭତ୍ତା ବାବୁଙ୍କର । ତେବେ ଦେଖିବାକୁ ଗଲେ ଅଞ୍ଚଳରେ ପୂର୍ବରୁ ନିଯୋଗ ରହିଥିବା ଆଉ ଏକ ବରିଷ୍ଠ ଅଧିକାରୀ ,ବର୍ତ୍ତମାନ ଯାହା ରାଜଧାନୀର ବଡ଼ ବଡିଆ ବନି ଉଚ୍ଚ ପଦବୀରେ ବସି ଥିବା ଅଫିସରଙ୍କ ଆଖିରେ ବୋଧ ହୁଏ ଦିନକଣା ହୋଇଥିବାରୁ ଉକ୍ତ ଭତ୍ତା ଅଫିସରଙ୍କ କାର୍ଯ୍ୟକଳାପ ଆଉ ଦେଖା ଯାଉନଥିବାର ଲୋକେ ଯାହା କୁହନ୍ତି । ହେଲେ ତଥାବି ଯେଣେ ତେଣେ କରି ଭତ୍ତା ବାବୁଙ୍କ ନିର୍ଦ୍ଦେଶରେ ଘୋଟାଲା ଭାଲୁ ବିଭାଗର ଜଣିଏ ପୂର୍ବରୁ ଯେକି ବିଭାଗରେ ଦୁଇ ବର୍ଷ ଧରି ନିଯୋଗ ରହି ସାରିଥିବା ବେଳେ ବର୍ତ୍ତମାନ ମଧ୍ୟ ପୁଣି ବଦଳି କରି ଆସି ସ୍ଥାନୀୟ ଘୋଟାଲା ଭାଲୁ ଓ ଭତ୍ତା ଅଫିସରଙ୍କ ଅନୁଗାମୀ ସାନିଧି ଲାଭ କରି ଗତ ଶନିବାର ରାତିରେ ଖୋଦ ନିଜେ ରାଜଧାନୀ ଯାଇ କରି ରବିବାର ଟଙ୍କା ଦେଇ ଫେରିଥିବାର ଖବର ଏବେ ହୋ ହାଲ୍ଲା ସୃଷ୍ଟି କରିଛି ବିଭିନ୍ନ ମହଲରେ ବୋଲି ଜଣା ପଡ଼େ। ତେବେ ଏଠାରେ ସୂଚନା ଯୋଗ୍ୟ ଏବେ ଆଉ ପରିସ୍ଥିତି ଯାହା ଚଳିତ ମାସର ଘଟଣା ଭାରି ଗମ୍ଭୀର ଆଟେ । ତେଣୁ କରି ମୋଟା ଟଙ୍କାର ବହୁ ଆବଶ୍ୟକତା ଭରି ରହିଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଜଣା ପଡ଼େ ଯେ ରାଜଧାନୀ ଭତ୍ତାବାବୁଙ୍କ ନିଜର ଦୀର୍ଘ ବର୍ଷର ବହୁ କାରନାମା ଚଳିତ ମାସରେ ଅସମ୍ଭାଳ ହେଉଥିବାରୁ ତାହାକୁ ଅର୍ଥ ପ୍ରୟୋଗ କରି ଦିଗ ହରା ନିମନ୍ତେ ଖଞ୍ଜିବାକୁ ଭତ୍ତା ବାବୁ ପ୍ରସ୍ତୁତ । ତଥାବି ଚଳିତ ମାସରେ ଏକାଧିକ କାରନାମା ମଧ୍ୟରୁ ବହୁ ଗୁମର ଫିଟିବ ବୋଲି ବିଭାଗର ଜଣେ ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଜଣକ କୁହନ୍ତି ,ଏପରିକି ବହୁ ବର୍ଷର ଲୁଚି ରହିଥିବା ଖବର ମଧ୍ୟ ବ୍ୟାପକ ହେବାର ରହିଛି ବୋଲି ସୂଚନା ଦିଅନ୍ତି ।

Leave a Reply

Your email address will not be published. Required fields are marked *