ରାଜ୍ୟ

ବିଭାଗରେ ଇତିହାସ ସୃଷ୍ଟି କରି କିଳା ନେଲେ କାଳିଆ ଭାଲୁ

ବଡ଼ବିଲ – ଯାହା କେବେ ହୋଇନଥିଲା ବର୍ଷ ବର୍ଷ ଧରି ,ତାହା ଏବେ ଘଟାଇଲେ ସ୍ଥାନୀୟ କାଳିଆ ଭାଲୁ । କେବଳ ନିଜର ଲାଭ ଖୋର ମୋନବୃତ୍ତି ତଥା ଅନୀତି କାର୍ଯ୍ୟକଳାପ ପାଇଁ ଆଜି ସମ୍ପୂର୍ଣ ଘୋଟାଲା ଅଫିସର ନାମରେ ପରିଚିତ ହୋଇ ରାଜ୍ୟବ୍ୟାପୀ ବ୍ୟାପକ ହେବାରେ ଲାଗିଛନ୍ତି। ଯାହା ପୁଣି ଲୋକେ କୁହନ୍ତି , ନିଜେ କରିଥିବା କିଳା ଏବେ କୁଆଡେ ନିଜେ ନାମ ନେଉଛନ୍ତି ଘୋଟାଲା ଭାଲୁ ଓ ରାଜଧାନୀର ଭତ୍ତା ବାବୁ । ନିଜର କଳା କାରନାମାର ଅନୀତିକୁ ଲୁଚାଇବାକୁ ଯାଇ ପ୍ରଥମେ ଅନ୍ୟ ପାଇଁ ପ୍ରସ୍ତୁତ କରୁଥିବା କିଳାଟା କୁଆଡେ ୨୪.୦୭ ର ସଡଯନ୍ତ୍ର ପାଲଟା ନିଜ ଆଡକୁ ବୁଲିଲା ,ପୁଣି ଆରମ୍ଭ ହୁଏ ୦୪.୦୮ ର ଆଉ ଏକ ରାଜଧାନୀରେ ହୋଇଥିବା ସଡଯନ୍ତ୍ରର ବୈଠକ ପୁଣି ପାଲଟା ନିଜ ଆଡକୁ ବୁଲିଲା ଯେ ଉକ୍ତ ଟିମ ପାଲଟା ଆଘାତର କଷ୍ଟ ଭୁଲି ନଥିବା ବେଳେ ପୁଣି କରନ୍ତି ୨୨.୦୮ ରେ ଆଉ ଏକ ଲୋକହସା ଭଳି ଅପଦସ୍ଥ ଅନ୍ୟ ପାଇଁ ପ୍ରସ୍ତୁତ ସଡଯନ୍ତ୍ର ମଧ୍ୟ ଯାହାକୁ ଟିମ ସଦସ୍ୟ ,ସଦସ୍ୟା ସମର୍ଥନ ନକରିବା ହେତୁ ଫେଲ ମାରିଲା ଯେ ଆଉ ଉଠି ପାରୁନାହାନ୍ତି କାଳିଆ ଭାଲୁ ଏବଂ ମାସିକିଆ ଭତ୍ତା ଅଫିସର । ଏବେ ପୁଣି ତାଠାରୁ ଉନ୍ନତ ଘଟି ଟିକିଏ ଆଗକୁ ଦୁଇ ପାଦ ବଢି ନିଜ ଘୋଟାଲାର ପାଇଁ ବେସ ଚର୍ଚ୍ଚା ସରଗରମ ରହିଥିବା ବେଳେ ସୁଦୂର ଦୁରରୁ ଆସି ପାଖରେ ପସି କିଳା ନିଅନ୍ତି ଘୋଟାଲା ଅଫିସର ଓ ବଦନାମ ହୁଏ ଅଞ୍ଚଳର ଘୋଟାଲା ବିଭାଗଟି।ଯାହାକୁ କେବଳ ଦେଖଣାହାରି ସାଜିଛନ୍ତି ନିକଟ ଅଫିସରଗଣ । ତେବେ ଉକ୍ତ ଅଫିସରଗଣ ମଧ୍ୟ କିଛି ଗୁଣରେ କମ ନୁହନ୍ତି ଯାହାଙ୍କ ନିର୍ଦ୍ଦେଶରେ ପାର୍ଟି ସ୍ବାର୍ଥ ନିମନ୍ତେ ଦୃଷ୍ଟି ଦେଇ ଚାପ ସୃଷ୍ଟି କରିବା ଏବଂ ରାଜାଧାନୀରେ ଚିତା କଟା ଭତ୍ତା ବାବୁ ବସି ଫୋନ ଯୋଗେ ଆସେ ପ୍ରତ୍ୟେକ ଗୋଟି ପାର୍ଟିଙ୍କ ନିମନ୍ତେ ପସନ୍ଦ ମୁତାବକ ମୂଲ୍ୟାଙ୍କନର ନିର୍ଦ୍ଦେଶ। ଯାହାର ସିଧାସଳଖ କିଳା ନିଅନ୍ତି ସ୍ଥାନୀୟ ଘୋଟାଲା ଅଫିସର ,କାରଣ ଯେବେ ଦୁର୍ନୀତି ପଙ୍କରେ ପାଦ ଥାପିଥିବାରୁ ଆଉ ମୁକୁଳିବାକୁଟା ସହଜ ନୁହ ବୋଲି ଅଞ୍ଚବାସୀଙ୍କ ମଧ୍ୟରେ ଗଭୀର ବିଷୟ ବୋଲି କୁହନ୍ତି। ତେବେ ବହୁ ଘୋଟାଲା ଖବର ଦ୍ଵାରା ସ୍ଥାନୀୟ ବୁଦ୍ଧିଯିବି ମହଲରେ ତୀବ୍ର ପ୍ରତିକ୍ରିୟା ହୋଇଥିଲେ ମଧ୍ୟ ବିଭାଗୀୟ ତିନି ଗୋଟି ମୁଖ୍ୟଙ୍କ ସ୍ଥାଣୁପଣ ହେତୁ, ଆଗକୁ ଅନେକ ଘୋଟାଲାର ଘଟଣାମାନ ସବୁ ବ୍ୟାପକ ହେଲେ, ସ୍ଥାନୀୟ ଘୋଟାଲା ବିଭାଗକୁ ପ୍ରାୟ ଦିନ ଆସି କେହି ନା କେହି ମାହଲିଆରେ କିଳା ଦେଇ ଚାଲିଯିବ ବୋଲି ଶୁଣିବାକୁ ମିଳେ। ଆଉ ଚାତକ ପରି ଚାହିଁ ବସିଥିବେ ଗେଣ୍ଡାଲିଆ ଉପରବାଲା ।

Leave a Reply

Your email address will not be published. Required fields are marked *