ରାଜନୀତି

ଆମ ଦେଶର ନାମ “ଇଣ୍ଡିଆ”
ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ଭୁବନେଶ୍ୱର : ଆମ ଦେଶର ନାମ “ଇଣ୍ଡିଆ “। ଡାକ ନାମ ଭାରତ ଭାରତୀୟ ଜନତା ପାର୍ଟି ର ସ୍ଵାଧୀନତା ସଂଗ୍ରାମ, ସ୍ଵାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ସମ୍ବିଧାନ ପ୍ରଣେତା ମାନଙ୍କ ପ୍ରତି ବିଶ୍ଵାସ ଓ ସମ୍ମାନ ଉପର ଠାଉରିଆ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି( ଆଇ. ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ନରେନ୍ଦ୍ର ମୋଦି ପ୍ରତୀକାତ୍ମକ ରାଜନୀତି ଏବଂ ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ଵାସ କରନ୍ତି। ଅନୁସୂଚିତ ଜାତିର ଭୋଟ ହାତେଇବାକୁ ରାମନାଥ କୋବିଦ୍ ଙ୍କୁ ରାଷ୍ଟ୍ରପତି କରିଥିଲେ ଏବଂ ଆଦିବାସୀ ଭୋଟ ହାତେଇବାକୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରେ ବସାଇଥିଲେ ମଧ୍ୟ ଇଣ୍ଡିଆରୁ ଅସ୍ପୃଶ୍ୟତାର ମୂଳୋତ୍ପାଟନ କରିପାରି ନାହାନ୍ତି କିମ୍ୱା ଆଦିବାସୀ ମାନଙ୍କୁ ଜଙ୍ଗଲ ଅଧିକାର ଦେଇପାରି ନାହାନ୍ତି। ସଂଖ୍ୟାଲଘୁ ମାନଙ୍କୁ ଭୟମୁକ୍ତ କରିପାରି ନାହାନ୍ତି। ଆଦିବାସୀ ମାନଙ୍କୁ ଜଙ୍ଗଲ ଅଧିକାର ଦେବା, ଆଦିବାସୀ ମାନଙ୍କୁ ବେଆଇନ୍ ଗିରଫଦାରୀରୁ ମୁକ୍ତ କରିବା ଏବଂ ସଂଖ୍ୟାଲଘୁ ମୁସଲମାନ ଏବଂ ଖ୍ରୀଷ୍ଟିଆନ୍ ମାନଙ୍କୁ ଶତ ପ୍ରତିଶତ ଭୟମୁକ୍ତ ଜୀବନ
ଯାପନର ଗ୍ୟାରେଣ୍ଟି ଦେବା ସହିତ ସ୍ଵାଧୀନତା ସମୟର ହିନ୍ଦୁ ମୁସଲମାନ, ଖ୍ରୀଷ୍ଟିଆନ୍ ମାନଙ୍କର
ଆନୂପାତିକ ଜନସଂଖ୍ୟା ବଜାୟ ରଖିବା ଜରୁରୀ ବୋଲି ଇଣ୍ଡିଆନ୍
ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି।

Leave a Reply

Your email address will not be published. Required fields are marked *