ରାଜନୀତି

ବିଜେଡିର ସ୍ଵୀକୃତି ଓ ଶଙ୍ଖଚିହ୍ନ ପ୍ରତ୍ୟାହାର ପାଇଁ ଆଇ. ସି.ପି ର ଦାବି


ଭୁବନେଶ୍ଵର : ବିଜୁ ଜନତା ଦଳର ସ୍ଵୀକୃତି ଏବଂ ଶଙ୍ଖଚିହ୍ନ ପ୍ରତ୍ୟାହାର ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ପକ୍ଷରୁ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆଙ୍କ ପାଖରେ ଦାବି କରାଯାଇଛି। ଗତ ସେପ୍ଟେମ୍ବର ୪ ତାରିଖରେ ବିଜୁ ଜନତା ଦଳ ବୈଠକରେ ଭିକେ ପାଣ୍ଡିଆନଙ୍କ ରିପୋର୍ଟ ଉପସ୍ଥାପିତ ହୋଇ ଆଲୋଚନାରୁ ସ୍ପଷ୍ଟ ପ୍ରମାଣିତ ଯେ ଜଣେ କେନ୍ଦ୍ର ସରକାରୀ ଅଫିସର ଭିକେ ପାଣ୍ଡିଆନ ଓଡ଼ିଶାର କେତେକ ଅଫିସର ମାନଙ୍କ ଉପରେ ଚାପ ପ୍ରୟୋଗ କରି ଏବଂ ସେମାନଙ୍କୁ ନିୟୋଜିତ କରି ବିଜୁ ଜନତା ଦଳକୁ ନିର୍ବାଚନ ରେ ବିଜୟୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ନବୀନ ପଟ୍ଟନାୟକ ସରକାରୀ ଅଫିସର ମାନଙ୍କୁ ବିଜୁ ଜନତା ଦଳର ରାଜନୈତିକ ସାଂଗଠନିକ କାର୍ଯ୍ୟକ୍ରମ ରେ ନିୟୋଜିତ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନ ଜାବୁଡ଼ି ଧରିଛନ୍ତି, ତେଣୁ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ତୁରନ୍ତ ବିଜୁ ଜନତା ଦଳର ସ୍ଵୀକୃତି ଏବଂ ଶଙ୍ଖ ଚିହ୍ନ ପ୍ରତ୍ୟାହାର କରିବାକୁ ଇଣ୍ଡିଆନ୍
ସିଟିଜେନସ୍ ପାର୍ଟି ( ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *