ସାହିତ୍ୟ

ପ୍ରାଚୀ ସାହିତ୍ୟ ସଂସଦ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ


ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ବୈଠକ ଗୃହ ରେ ଆଜି ପବିତ୍ର ଗୁରୁ ଦିବସ ଅବସର ରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତୁଳସୀପୁର ପଞ୍ଚାୟତ ର ସରପଞ୍ଚ ମଞ୍ଜୁଶ୍ରୀ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସଂସଦ ର ସଭାପତି ପ୍ରଫେସର ଗୋପୀନାଥ କର, ସମ୍ପାଦକ ପ୍ରାଧ୍ୟାପକ ଡ଼ଃ. ସନ୍ତୋଷ ମିତ୍ର ଯୋଗ ଦେଇଥିଲେ। ଅଧ୍ୟାପକ ନିରୋଦ କୁମାର ତ୍ରିପାଠୀ ଙ୍କ ସଂଯୋଜନା ରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ
ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ରମାକାନ୍ତ ତ୍ରିପାଠୀ,ଦୀନବନ୍ଧୁ ଦାସ, କାହୁଁ ଚରଣ ଦାଶ, ଲିଙ୍ଗରାଜ ବସ୍ତିଆ, ରବିନ୍ଦ୍ର କୁମାର ବାନାର୍ଜୀ ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ସୁପ୍ରଭାତ୍ରିପାଠୀ, ଶୈଳବାଳା ବାହିନୀପତି, ଆରତୀ ଦେବୀ ପ୍ରମୁଖ ଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ପଣ୍ତିତ ମୁରଲୀଧର ଭାରତୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବୀ, ଶିକ୍ଷାବିଦ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *