ମୁଖ୍ୟ ଖବର

ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ମାଓବାଦୀ ମୃତ

ମାଲକାନଗିର,: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପର ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମାଓବାଦୀ ନିହତ ହେବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।
ସୂଚନାଯୋଗ୍ୟ, ସୁକୁମା ଜିଲା ଚିନ୍ତାଗୁଫା ଥାନା ଅନ୍ତର୍ଗତ ତାଡମେଟଲା ଓ ଦୁଲେଡ ଜଙ୍ଗଲରେ ଜଗରଗୁଣ୍ଡା ଏରିଆ କମିଟିର ୧୦ରୁ ୧୨ ଜଣ ମାଓବାଦୀ ଉପସ୍ଥିତ ଥିବା ସୂଚନା ମିଳିଥିଲା। ତେବେ ଏନେଇ ଡି.ଆର୍‌.ଜି ଓ ସିଆରପିଏଫ୍‌ ମିଳିତ ଭାବେ କମ୍ବିଂ ଅପରେସନ କରିଥିଲୋ
ଏହି ଅପରସେନରେ ମଙ୍ଗଳବାର ସକାଳ ପ୍ରାୟ ୬ ଘଟିକା ସମୟରେ ପୋଲିସ ଉପରେ ମାଓବାଦୀମାନେ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଡିଆରଜି ଓ ସିଆରପିଏଫ୍‌ ବାହିନୀ ମଧ୍ୟ ଗୁଳି କରିଥିଲୋ ପ୍ରାୟ ୨ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଯବାନମାନଙ୍କ ଆକ୍ରମଣର ସାମ୍ନା କରି ନ ପାରି ଜଙ୍ଗଲ ମଧ୍ୟରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲୋ ପରେ ଯବାନମାନେ ସେହି ଅଞ୍ଚଳରେ ତଲାସି କରିବା ସମୟରେ ଦୁଇଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଜଗରଗୁଣ୍ଡା ଏରିଆ କମିଟି ଅନ୍ତର୍ଗତ ମାଓ ମିଲିସିୟା କ୍ୟାଡର ତାଡମେଟଲା
ନିବାସୀ ସୋଡି ଦେବା ଓ ରବା ଦେବା ବୋଲି ଜଣାପଡିଛିା ଏହି ଦୁଇଜଣଙ୍କ ଉପରେ ପୂର୍ବରୁ ସରକାର ୧ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲୋ ଏଥିସହ ଜଙ୍ଗଲମଧ୍ୟରୁ ଗୋଟିଏ ୧୨ବୋର ଡବଲ ବେରେଲ ରାଇଫଲ, ଗୋଟିଏ ପିସ୍ତଲ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଦା ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

Leave a Reply

Your email address will not be published. Required fields are marked *