ଦେଶ- ବିଦେଶ

ଚନ୍ଦ୍ରପୃଷ୍ଠର ୩-ଡି ଫଟୋ ପଠାଇଲା ପ୍ରଜ୍ଞାନ ରୋଭର୍

ବେଙ୍ଗାଲୁରୁ : ସ୍ଲିପ୍ ମୋଡରେ ଯିବା ପୂର୍ବରୁ ପୃଥିବୀକୁ ଚନ୍ଦ୍ରପୃଷ୍ଠର ଏକ ୩-ଡି ଫଟୋ ପଠାଇଛି ପ୍ରଜ୍ଞାନ ରୋଭର୍। ଏହି ଫଟୋକୁ ଇସ୍ରୋ ପକ୍ଷରୁ ସେୟାର କରାଯାଇଛି ।ଫଟୋରେ ବିକ୍ରମ ଲାଣ୍ଡର ଓ ଚନ୍ଦ୍ରପୃଷ୍ଠର କିଛି ଅଂଶ ଦେଖିବାକୁ ମିଳୁଛି । ପ୍ରଜ୍ଞାନ ରୋଭରରେ ନାଭକ୍ୟାମ ଷ୍ଟେରିଓ ଇମେଜ୍ ବ୍ୟବହାର କରି ଏହି ଫଟୋ ଉଠାଯାଇଛି । ଉଭୟ ବାମପଟ ଓ ଡାହାଣ ପଟ କ୍ୟାମେରାରେ ଉଠାଯାଇଥିବା ଫଟୋକୁ ମିଶାଇ ଏହି ଥ୍ରୀଡି ଫଟୋ ପ୍ରସ୍ତୁତ କରାଯାଇଛି । ସ୍ବତନ୍ତ୍ର ୩ଡି ଚଷମା ମାଧ୍ୟମରେ ଏହି ୩ଡି ଫଟୋକୁ ଅନୁଭବ କରିହେବ। ଏହି ନାଭକ୍ୟାମ୍ ଟେକନଲୋଜୀକୁ ଇସ୍ରୋ ପକ୍ଷରୁ ବିକଶିତ କରାଯାଇଛି ।

ଭାରତର ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ସ୍ଲିପ୍ ମୋଡ ( ସୁପ୍ତାବସ୍ଥା) କୁ ଚାଲିଯାଇଛି ବୋଲି ସୋମବାର ଇସ୍ରୋ ଘୋଷଣା କରିଥିଲା । ସେପ୍ଟେମ୍ବର ୨୨ ବେଳକୁ ଏହା ସକ୍ରିୟ ହେବା ଆଶା କରାଯାଉଛି ବୋଲି ଇସ୍ରୋ କହିଛି।

ଇସ୍ରୋ ସୂଚନା ଅନୁସାରେ ଚନ୍ଦ୍ରଯାନ-୩ ମିଶନର ବିକ୍ରମ ଲ୍ୟାଣ୍ଡକୁ ସୋମବାର ସକାଳ ପ୍ରାୟ ୮ଟାରେ ସ୍ଲିପ୍ ମୋଡରେ ରଖାଯାଇଥିଲା। ଏହା ପୂର୍ବରୁ ଚସ୍ତେ, ରମ୍ଭା-ଏଲପି ଓ ଆଇଏଲଏସଏ ପେଲୋଡ୍ ନୂଆ ସ୍ଥାନରେ ଇନ୍-ସିଟୁ ପରୀକ୍ଷଣ କରିଥିଲେ। ସେମାନେ ସଂଗ୍ରହ କରିଥିବା ତଥ୍ୟ ପୃଥିବୀକୁ ଆସିଛି।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୩ରେ ବିକ୍ରିମ ଲାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ନିରାପଦରେ ଓହ୍ଲାଇ ଇତିହାସ ସୃଷ୍ଟି କରିଥିଲା

Leave a Reply

Your email address will not be published. Required fields are marked *