ରାଜ୍ୟ

ମାସିକିଆ ଅଫିସରଙ୍କ ପାଇଁ କିସ୍ୱାର୍ଥରେ ଟାଟା ଷ୍ଟିଲର ଗେଷ୍ଟ ହାଉସ

ବଡ଼ବିଲ : ଭାରତ ବର୍ଷର ଏକ ଜଣାଶୁଣା ପ୍ରତିଷ୍ଠିତ କମ୍ପାନୀ ଟାଟା ଷ୍ଟିଲ। କେନ୍ଦୁଝର ଜିଲ୍ଲାର ଯୋଡ଼ା ସହରରେ ରହି ଦୀର୍ଘ ବର୍ଷ ଧରି ଟାଟା ଷ୍ଟିଲ ଖଣି ଖନନ କାର୍ଯ୍ୟ କରି ପ୍ରଗତି ପଥରେ ଯିବାରେ ଦେଖିବାକୁ ମିଳେ। ଟାଟା କମ୍ପାନୀ ଅଞ୍ଚଳର ଏକ ଏଭଳି କମ୍ପାନୀ ଯାହା ଅଞ୍ଚଳ ତଥା ଅଞ୍ଚବାସୀଙ୍କୁ ଦୃଷ୍ଟିରେ ରଖି କେଇ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ସର୍ବଦା ଚେଷ୍ଟିତ ରହିଥିବା ସତ୍ତ୍ବେ ନିଜ ଅଧୀନରେ ଥିବା ଗେଷ୍ଟ ହାଉସ କେଉଁ କାରଣରୁ ଦେଖିବାକୁ ଗଲେ ରାଜଧାନୀର ଏକ ମାସିକିଆ ଅଫିସରକୁ ଯୋଗାଇବ ବୋଲି ସ୍ଥାନୀୟ ଅଫିସରେ ଆଲୋଚନା ଜୋର ଧରିଥିବାର ଶୁଣିବାକୁ ମିଳେ। କିନ୍ତୁ ଏଠି ସାଧାରଣରେ ଆଲୋଚନା ହୁଏ କି ଅଞ୍ଚଳର ଟାଟା ଷ୍ଟିଲ ଭଳି କମ୍ପାନୀ ଯେକି ସର୍ବଦା ଲୋକଅଭିଖେ କାର୍ଯ୍ୟରେ ସାମିଲ ଥିବା କମ୍ପାନୀ କିପରି ଉକ୍ତ ଅଫିସରକୁ ଗେଷ୍ଟ ହାଉସ ଯୋଗାଇବାରେ ସାହାଯ୍ୟରେ କରିବ ? କମ୍ପାନୀ ଉପରେ ସାଧାରଣରେ ବିଶ୍ୱାସ ଯାହା କଦାପି ଏଭଳି ମାସିକିଆଙ୍କୁ ଟାଟା ଷ୍ଟିଲ ଭଳି କମ୍ପାନୀ ସହଯୋଗର ହାତ ବଢ଼ାଇବନି ବୋଲି ଅଞ୍ଚଳବାସୀଙ୍କ ଦୃଢ଼ ବିଶ୍ୱାସ ଭରି ରହିଛି । ତେବେ ସୂଚନା ମୁତାବକ ଯାହା ଶୁଣିବାକୁ ମିଳେ ଯେ ପୂର୍ବରୁ ଏହି ମାସିକିଆ ଅଫିସର ଜଣକ ପ୍ରାୟ ପ୍ରତ୍ୟେକ ମାସରେ ଆସି ଗେଷ୍ଟ ହାଉସରେ ରହି କାର୍ଯ୍ୟ ସମ୍ପାଦନ କରିବା ହେଉ କି ନାହିଁ ନିଜର କାର୍ଯ୍ୟ କରିବା ନିମନ୍ତେ ଅଞ୍ଚଳକୁ ଆସିବା ଥୟ ହୋଇଥାଏ ବୋଲି ଜାଣିବାକୁ ମିଳେ। ତେବେ ଏକାଧିକ ଘଟଣାର ଖବର ସବୁ ସମୟ କ୍ରମେ ଗୁମର ଫିଟି ଅଞ୍ଚଳରୁ ଆରମ୍ଭ କରି ରାଜ୍ୟବ୍ୟାପୀ ଯେବେ ବ୍ୟାପକ ହୁଏ ସେହି ମାସ ଠାରୁ ଆଜି ଯାଏ ପ୍ରାୟ ତିନି ମାସ ଧରି ,ଲୋକଲାଜ୍ୟା ଭୟରେ ଆସିବା ହୋଇ ପାରିନଥିବାରୁ ,ସମସ୍ତ ଭିଆଇଥିବା ଘଟଣାକୁ ଜାଣି ଅନେକ ଛି ଛି କରୁଥିବାର ମଧ୍ୟ ଜାଣିବାକୁ ମିଳେ। ଏପରିପକ୍ଷେରେ ଖବର ସମସ୍ତ ଜାଣିବା ପରେ ସ୍ଥାନୀୟ ଏକ ଯୁବକ ସଂଘ ଉତ୍ତଖିପ୍ତ ହୋଇ ବିଷୟକୁ ଗମ୍ଭୀର ଭାବରେ ବିଚାରକୁ ନେଇ ଅଞ୍ଚଳ ସମସ୍ୟାକୁ ନିଜର ମନେ କରି ସଂଘ ମୁଖ୍ୟଙ୍କ କହିବା କଥା ବିଭିନ୍ନ ସମସ୍ୟା ରହିଥିବା ସତ୍ତ୍ୱେ ପୂର୍ବରୁ ଉକ୍ତ ଅଫିସର ପ୍ରାୟ ପ୍ରତ୍ୟେକ ମାସରେ ଆସି କରୁଥିଲେ କଣ ? ଉକ୍ତ ଅଫିସର ପୁଣି ଏବେ ଆସିଲେ ଯାଇ ଅଞ୍ଚଳ ଉକ୍ତ ବିଭାଗର ସବୁ ସମସ୍ୟା ଦୂର କରିବେ ବୋଲି କି ପ୍ରକାର ବିଶ୍ୱାସ କରାଯାଇପାରେ ? ଯଦି ସେ ପୂର୍ବରୁ ବାରମ୍ବାର ଅଞ୍ଚଳର ବିଭାଗକୁ ଆସିବା ସତ୍ତ୍ବେ ନାନାଦି ସମସ୍ୟା ଦୁର ଯଦି ହୋଇ ପାରିନାହିଁ ,ତେବେ କେଉଁଠି ନା କେଉଁଠି ତ୍ରୁଟି ରହିଛି ବୋଲି ଆଲୋଚନା ହୁଏ । ତେବେ ଉକ୍ତ ଅଫିସର ବଦଳରେ ଅନ୍ୟ କେହି ଆସିଲେ ହୁଏ ଯଦି ବିଭାଗର ସମସ୍ୟା ଦୂର ହେବାରେ ଆଶା କରାଯାଇପାରେ କିନ୍ତୁ ପୂର୍ବର ଏହି ଅଫିସରଙ୍କ ଠାରେ ବିଶ୍ୱାସ ନାହିଁ ବୋଲି ଶୁଣିବାକୁ ମିଳେ । ଏପରିକି ଉକ୍ତ ଯୁବକ ସଂଘର ଏବଂ ଅଞ୍ଚଳବାସୀଙ୍କର ଆଗଢ଼ ବିଶ୍ୱାସ ଯେ ଅଞ୍ଚଳ ତଥା ଅଞ୍ଚଳବାସୀଙ୍କୁ ଖୁବ ଭଲ ପାଉଥିବା ଟାଟା କମ୍ପାନୀ ଉଚିତ୍ କାର୍ଯ୍ୟରେ ନିଜକୁ ସାମିଲ ରଖିବା ସହ ଅଞ୍ଚଳବାସୀଙ୍କ ହିତକୁ ପ୍ରାଧାନ୍ୟ ଦେଇ ଏଭଳି ଅଫିସରଙ୍କୁ ନିଜ ଅନୁଷ୍ଠାନ ଏବଂ ଗେଷ୍ଟ ହାଉସର (ଅତିଥି ଗୃହ)ମର୍ଯ୍ୟାଦାର ହାନି ଠାରୁ ଅନେକ ଦୂର ଦୂରେଇ ରଖିବ ବୋଲି ବୁଦ୍ଧିଯୀବି ମହଲରେ ତୀବ୍ର ଆଲୋଚନା ଶୁଣିବାକୁ ମିଳେ ।

Leave a Reply

Your email address will not be published. Required fields are marked *