ରାଜ୍ୟ

ହଟିବ ମୋଦି, ହଟିବ ବିଜେପି ରହିବ ଇଣ୍ଡିଆ, ରହିବ ଭାରତ


ଭୁବନେଶ୍ଵର : ହଟିବ ମୋଦି, ହଟିବ ବିଜେପି, ରହିବ ଇଣ୍ଡିଆ, ରହିବ ଭାରତ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି
(ଆଇ. ସି.ପି) ସ୍ଲୋଗାନ ଦେଇଛି।ଆମ ଦେଶର ନାମ ଇଣ୍ଡିଆ, ଡାକନାମ ଭାରତ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ୍ ଏକ ପ୍ରେସ ବିବୃତିରେ କହିଛନ୍ତି। ଇଣ୍ଡିଆ ଆମ ଦେଶର ମୌଳିକ ପରିଚୟ ଜନ୍ମିତ ନାମ: ତେଣୁ ଆମ ଦେଶର ସାମ୍ଭିଧାନିକ ସ୍ଵୀକୃତିପ୍ରାପ୍ତ ନାମ ହେଉଛି “ଇଣ୍ଡିଆ”। ନରେନ୍ଦ୍ର ମୋଦି ଏବଂ ବିଜେପି ତାଙ୍କ ଜୀବଦ୍ଦଶାରେ ଆମ ଦେଶର ନାମ ଇଣ୍ଡିଆକୁ ହଟାଇ ପାରିବେ ନାହିଁ। ନରେନ୍ଦ୍ର ମୋଦି ଜଣେ ଏକଛତ୍ରବାଦୀ ବ୍ୟକ୍ତି। ତାଙ୍କର ମନ୍ କି ବାତ୍ ସମ୍ପୂର୍ଣ୍ଣ ଏକଛତ୍ରବାଦୀ, ଅସାମ୍ବିଧାନିକ ଏବଂ ବେଆଇନ୍ କାର୍ଯ୍ୟକ୍ରମ। ସମ୍ବିଧାନ ଅନୁଯାୟୀ ଇଣ୍ଡିଆରେ ଲୋକସଭା, ରାଜ୍ୟସଭା ଥିବାବେଳେ ନରେନ୍ଦ୍ର ମୋଦି କାହିଁକି ମନ୍ କି ବାତ୍ କହି ଦେଶର ସମୟ ନଷ୍ଟ କରୁଛନ୍ତି ତାହାର ଜବାବ୍ ସେ ଦେଶ ବାସୀଙ୍କୁ ଦେବା ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ସଦସ୍ୟାମାନେ ଏବଂ ଲୋକସଭା ଓ ରାଜ୍ୟ ସଭାର ସାଂସଦ ମାନେ ଇଣ୍ଡିଆ କୁ ଶ୍ରେଷ୍ଠ ବିକଶିତ କରିବା ପାଇଁ ଯଦି ଲୋକସଭା ଏବଂ ରାଜ୍ୟସଭା ରେ ନିଜର ବକ୍ତବ୍ୟ ରଖନ୍ତେ ବା
ନିଜନିଜର ମନ୍ କି ବାତ୍ କୁହନ୍ତେ ତେବେ ଦେଶବାସୀ ଧୈର୍ଯ୍ୟର ସହିତ ଶୁଣନ୍ତେ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ନିଜର ମନ୍ କି ବାତ୍ ଶୁଣାଉଛନ୍ତି ଏବଂ କାହିଁକି କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ସଦସ୍ୟା ଏବଂ ସାଂସଦ ମାନଙ୍କୁ ମନ୍ କି ବାତ୍ କହିବାକୁ ସୁଯୋଗ ଦେଉ ନାହାନ୍ତି ସେ ସମ୍ବନ୍ଧରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ରାଉତ୍ ଦାବି କରିଛନ୍ତି। ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦି ଙ୍କୁ କୋଟି କୋଟି ଭାରତୀୟ କିପରି ଭତ୍ସନା କରୁଛନ୍ତି ତାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଇଣ୍ଟେଲିଜେନସ୍ ପୋଲିସ୍ ମାଧ୍ୟମରେ ସଠିକ୍ ଖବର ଜାଣିବା ଦରକାର ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି।୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଏବଂ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ମହମ୍ମଦ ତୋଗଲକଙ୍କ ଦିଲ୍ଲୀରୁ
ଦୌଲତାବାଦ ଏବଂ ଦୌଲତାବାଦରୁ ଦିଲ୍ଲୀକୁ ଯିବା ସହିତ ସମାନ ବୋଲି ଦେଶବାସୀ ଆଲୋଚନା କରୁଛନ୍ତି ଏବଂ ନରେନ୍ଦ୍ର ମୋଦିଙ୍କୁ ମହମ୍ମଦ ତୋଗଲକଙ୍କ ସହିତ ତୁଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *