ରାଜ୍ୟ

ଇଣ୍ଡିଆକୁ ସ୍ଵାଧିନ କରିଥିବା ଆଇନଜୀବୀ ମାନେ ଓଡ଼ିଶାକୁ ୫(ପାଞ୍ଚ) ତାମିଲଙ୍କ ଶାସନରୁ ମୁକ୍ତ କରନ୍ତୁ


ଭୁବନେଶ୍ଵର : ଫିରିଙ୍ଗି ଶାସନ ବିରୋଧରେ ଲଢ଼ି ଇଣ୍ଡିଆକୁ ସ୍ଵାଧିନ କରିଥିବା ଆଇନଜୀବୀ ମାନେ ଓଡ଼ିଶାକୁ ୫(ପାଞ୍ଚ) ତାମିଲ୍ ଙ୍କ କବଳରୁ ମୁକ୍ତ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ୍ ଓଡ଼ିଶାର ଆଇନଜୀବୀ ମାନଙ୍କୁ ଆହ୍ବାନ ଦେଇଛନ୍ତି। ଫାଇବ ଟି ବା ପାଞ୍ଚ ତାମିଲ୍ ଓଡ଼ିଶାର ସରକାରୀ କର୍ମଚାରୀ ମାନଙ୍କୁ ନ୍ୟାୟ ପାଇବାରୁ ବଞ୍ଚିତ କରିଛନ୍ତି। ଓଡ଼ିଶାବାସୀଙ୍କୁ ତତକାଳ ନ୍ୟାୟ ଦେବାକୁ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ଅବସରପ୍ରାପ୍ତ ମାନଙ୍କୁ ଚାକିରୀ ଦେଇ ଓଡ଼ିଶାର ଯୁବକ ଯୁବତୀ ମାନଙ୍କୁ ବର୍ଷ ବର୍ଷ ହେବ ନିଯୁକ୍ତି ଦେବାରେ ପ୍ରତିବନ୍ଧକ ସୃଷ୍ଟି କରି ଓଡ଼ିଶାର ଯୁବକ, ଯୁବତୀ ମାନଙ୍କୁ ଉପହାସ କରୁଛନ୍ତି, ସାମ୍ବାଦିକ ମାନଙ୍କୁ ସଚିବାଳୟ ସମେତ ସରକାରୀ କାର୍ଯ୍ୟାଳୟ ମାନଙ୍କୁ ଅବାଧ ପ୍ରବେଶକୁ ବନ୍ଦ କରିଛନ୍ତି। ବରିଷ୍ଠ ଓଡ଼ିଆ ଅଫିସର୍ ମାନଙ୍କ ସମେତ ବରିଷ୍ଠ ରାଜନେତା ମାନଙ୍କର ମର୍ଯ୍ୟାଦା ଲୁଟ୍ କରୁଛନ୍ତି। ଓଡ଼ିଶାର ଆଇନଜୀବୀ ମାନେ
ଏକତାବଦ୍ଧ ଭାବେ ଆଇନଜୀବୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କର ଶତପ୍ରତିଶତ ସୁରକ୍ଷା ପାଇଁ, ଓଡିଶାରେ ଗଣତାନ୍ତ୍ରିକ ଶାସନର ପୁନଃ ପ୍ରତିଷ୍ଠା ପାଇଁ, ଏବଂ ଓଡ଼ିଶାକୁ ୫(ପାଞ୍ଚ) ତାମିଲ୍ ଙ୍କ ଚକ୍ରାନ୍ତ କବଳରୁ ମୁକ୍ତ କରିବା ପାଇଁ ଏବଂ ସର୍ବୋପରି ନବୀନ ପଟ୍ଟନାୟକଙ୍କ ଲଲିପପ୍ ଦେଖା ଶାସନରୁ ଓଡ଼ିଶାକୁ ମୁକ୍ତ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ରାଉତ୍ ସାରା ଓଡ଼ିଶାର ଆଇନଜୀଵୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *