ରାଜ୍ୟ

କୁନି ରାଧାକୃଷ୍ଣଙ୍କ ଗ୍ରାମ ପରିକ୍ରମା


ନିମାପଡ଼ା: ଆଜି ଥିଲା ପବିତ୍ର ଜନ୍ମାଷ୍ଟମୀ। ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ। ଘରେ ଘରେ ଶ୍ରଦ୍ଧାଳୁ ମାନେ ଠାକୁର ଙ୍କ ନିକଟରେ ଫଳମୂଳ ଭୋଗ ଲାଗି କରିବାସହିତ ମନ୍ଦିର, ମଠ, ଆଶ୍ରମ ମାନଙ୍କ ରେ ଭକ୍ତ ଙ୍କ ଭିଡ଼ ଲାଗିଥିଲା। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଘମୁଣ୍ଡା ଗ୍ରାମ ରେ ପୂଜା ପାଉଥିବା ରାଧା କୃଷ୍ଣ ଙ୍କୁ ଗଙ୍ଗା ପାଣି ରେ ସ୍ନାନ କରି ନବବସ୍ତ୍ର ପିନ୍ଧା ଯାଇଥିଲା। ଉତ୍କଳ ଗୋପାଳ ସମାଜ ପକ୍ଷରୁ ଗ୍ରାମ ର ଦୁଇଟି କୁନି ପିଲାଙ୍କୁ ରାଧା କୃଷ୍ଣ ବେଶ ରେ ସଜ୍ଜିତ କରାଇ ଗ୍ରାମ ପରିକ୍ରମା କରାଯାଇଥିଲା। ପ୍ରମୋଦ କୁମାର ବେହେରା, ସୁନାକର ବେହେରା, ବାସୁଦେବ ବେହେରା, ସମ୍ପର୍କ ବେହେରା ଙ୍କ ତତ୍ତ୍ଵାବଧାନରେ କୃଷ୍ଣ ଜନ୍ମ ନୃତ୍ୟ ନାଟିକା ଅନୁଷ୍ଠିତ ହୋଇଥିଲା। ସମଗ୍ର ବାଘମୁଣ୍ଡା ଗ୍ରାମ ଟି ଉତ୍ସବ ମୁଖର ହୋଇପଡ଼ିଥିଲା।

Leave a Reply

Your email address will not be published. Required fields are marked *